ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଭୟଙ୍କର ରୂପ ନେବ ଓମିକ୍ରନ- ଏମସ୍ର ପୂର୍ବତନ ନିର୍ଦେଶକ ଅଶୋକ ମହାପାତ୍ର
ଭୁବନେଶ୍ୱର -ଦେଶରେ ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଓମିକ୍ରନ ଭୟଙ୍କର ରୂପ ନେବ । ରାଜ୍ୟରେ ମଧ୍ୟ ୨ ସପ୍ତାହ ମଧ୍ୟରେ ପରିସ୍ଥିତି ଚିନ୍ତା ଜନକ ହେବ ବୋଲି ଭୁବନେଶ୍ୱର ଏମସ୍ର ପୂର୍ବତନ ନିର୍ଦେଶକ ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ପଜେଟିଭ୍ଙ୍କ ସଂଖ୍ୟା ୩୦ ହଜାର ପାଖା ପାଖି ଛୁଇଁପାରେ ବୋଲି ସେ କହିଛନ୍ତି । କୋଭିଡ୍ ଟିକାର ସମୟ ସୀମା ୪ରୁ ୬ ମାସ ହୋଇଥିବାରୁ ସମସ୍ତେ ବୁଷ୍ଟର ଡୋଜ୍ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ମାତ୍ର ଓମିକ୍ରନ ଆକ୍ରାନ୍ତ ଶୀଘ୍ର ସୁସ୍ଥ ହେବେ ବୋଲି ସେ ଆଶା କରିଛନ୍ତି ।
ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ହୋଇଛି । ୧୭୦ ଜଣ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏପରି ସ୍ଥିତି ଜାରି ରହିଲେ ଆସନ୍ତା ଏକ ମାସରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।
Comments are closed.