www.samajalive.in
Sunday, December 7, 2025
14.1 C
Bhubaneswar

ଧବଳେଶ୍ୱର ପୀଠରେ​ ୧୪୪ ଧାରା ଜାରି

ଗୁରୁଡିଝାଟିଆ :  ପ୍ରଭୁ ଧବଳେଶ୍ୱରଙ୍କ ଅନ୍ୟତମ ପର୍ବ ମକର। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ପ୍ରଭୁଙ୍କୁ ଦର୍ଶନ କରିବା ସହିତ ପୀଠ ଚତୁପାଶ୍ୱର୍ରେ ପ୍ରଭୁ ଚନ୍ଦ୍ରଶେଖରଙ୍କୁ ବିମାନରେ ପ୍ରଦକ୍ଷିଣ କରାଯାଇଥାଏ । ଚଳିତବର୍ଷ କୋଭିଡ କଟକଣା ଦୃଷ୍ଟିରୁ ଶୁକ୍ରବାର  ମକର ସଂକ୍ରାନ୍ତିରେ ପୀଠକୁ ଶ୍ରଦ୍ଧାଳୁମାନେ ନଆସିବା ପାଇଁ ୧୪୪ ଧାରା ଜାରିକରାଯାଇଛି । ଆଠଗଡ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେିଟ ପ୍ରଜ୍ଞାପରମିତା ପୃଷ୍ଟି ଗୁରୁଡିଝାଟିଆ ଥାନା ଅଧିକାରୀଙ୍କୁ ୧୪୪ଧାରା ସଂପର୍କରେ ଅବଗତ କରାଇବା ସହ ଏହାକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ପୀଠରେ ଅହେତୁକ ଶ୍ରଦ୍ଧାଳୁ ସମାଗମ ହେବାକୁ ଥିବାରୁ କରୋନା ନିୟମର ଉଲ୍ଲଘଂନ ହେବ । ଗହଳି ହେଲେ କରୋନା ବୃଦ୍ଧି ପାଇବ। ସେଥିପାଇଁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଶ୍ରୀମତୀ ପୃଷ୍ଟି ପୀଠ ପରିସର, ଝୁଲାପୋଲ, ସାଇକେଲ ଷ୍ଟାଣ୍ଡ, ଧବଳେଶ୍ୱର ପୋଲିସ ସହାୟତା କେନ୍ଦ୍ର ଆଦି ସ୍ଥାନମାନଙ୍କରେ ୧୪୪ଧାରା ଜାରି କରିଛନ୍ତି । ଶ୍ରଦ୍ଧାଳୁମାନେ ୧୪୪ଧାରାକୁ ସମ୍ମାନ ଜଣାଇ ଆସନ୍ତାକାଲି ମକର ସଂକ୍ରାନ୍ତିରେ ପୀଠକୁ ନଆସିବା ପାଇଁ ବାରଣ କରିଛନ୍ତି ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories