www.samajalive.in
Saturday, December 6, 2025
19.1 C
Bhubaneswar

ଦେଶରେ ଓମ୍ରିକନ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ କରୋନା ରୋଗୀ ସଂଖ୍ୟା ୯୬୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୩୨୦ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ସର୍ବାଧିକ ୨୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୨୫୨, ଗୁଜରାଟ ୯୭ ଓ ରାଜସ୍ଥାନରେ ୬୯ ଜଣ ଏହି ପ୍ରକରଣରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ସେହିଭଳି କେରଳ ୬୫, ତେଲେଙ୍ଗାନା ୬୨, ତାମିଲନାଡୁ ୪୫, କର୍ଣ୍ଣାଟକ ୩୪, ଆନ୍ଧ୍ରପ୍ରଦେଶ ୧୬, ହରିଆଣା ୧୨, ପଶ୍ଚିମବଙ୍ଗ ୧୧, ମଧ୍ୟପ୍ରଦେଶ ୯, ଓଡ଼ିଶା ୯, ଉତ୍ତରାଖଣ୍ଡ ୪, ଚଣ୍ଡିଗଡ ୩, ଜମ୍ମୁ କାଶ୍ମୀର ୩, ଉତ୍ତର ପ୍ରଦେଶ ୨, ଗୋଆ, ହିମାଚଳପ୍ରଦେଶ, ଲଦାଖ, ମଣିପୁର ଓ ପଞ୍ଜାବରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ତେବେ ସଂଗ୍ରହ କରାଯାଉଥିବା ସମସ୍ତ ନମୁନାର ଜିନୋମ ସିକ୍ୱେନସିଂ କରାଯାଉନଥିବାରୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ତୃତୀୟ ଲହର ଆରମ୍ଭ ହୋଇସାରିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଦାବି କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories