www.samajalive.in
Monday, December 15, 2025
27.1 C
Bhubaneswar

ଚାକିରି ଦେବା ନାଁରେ ଟଙ୍କା ଆତ୍ମସାତ ମାମଲା, ୨ ବର୍ଷ ପରେ ପୁଣି ଗିରଫ ହେଲେ ଓମ ପ୍ରସାଦ

ଟିଟିଲାଗଡ଼ : ସରକାରୀ କର୍ମଚାରୀ ଓମ ପ୍ରସାଦ କୁମ୍ଭାର ଲାଞ୍ଚ ନେଇ ଗିରଫ ହୋଇଥିଲେ। ହେଲେ ତାଙ୍କ ନାଁରେ ଚାକିରି କରାଇ ଦେବା ନାଁରେ ବହୁ ଟଙ୍କା ଆତ୍ମସାତ କରିବାର ଅଭିଯୋଗ ରହିଥିଲା। ସରକାରୀ ବିଭାଗରେ କାର୍ଯ୍ୟରତ ଓମ ବହୁ ବର୍ଷ ଧରି ଆଇନକୁ ଫାଙ୍କି ଚାଲିଥିବା ବେଳେ ଶେଷରେ ଦୁଇ ବର୍ଷ ପରେ ଗୁରୁବାର ଗିରଫ ହୋଇ କୋର୍ଟ ଚାଲାଣ ହେବା ଆଲୋଚନାର ବିଷୟ ପାଲଟିଛି।

ଓମପ୍ରକାଶ ଟିଟିଲାଗଡ ତହସିଲରେ ବରିଷ୍ଠ କିରାଣୀ ଭାବରେ କାର୍ଯ୍ୟରତ ଥିବା ବେଳେ ତିନି ଜଣ ସରକାରୀ କର୍ମଚାରୀ ସମେତ ଅନେକ ଲୋକଙ୍କ ପରିଜନଙ୍କୁ ଚାକିରିରେ ନିଯୁକ୍ତି ପ୍ରଦାନ ପାଇଁ ଅର୍ଥ ଠୁଳ କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଡିସେମ୍ବର ୧୦, ୨୦୧୯ରେ ଟିଟିଲାଗଡ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ଅଭିଯୁକ୍ତ ଓମପ୍ରକାଶକୁ ଗିରଫ କରିଥିବା ଜଣାଯାଇଛି। ତେବେ ସେହି ସମୟରେ ଆଦାୟ ହୋଇଥିବା ଟଙ୍କା ଫେରସ୍ତ କରିବା ପାଇଁ ଚୁକ୍ତି କରିଥିବା ଅଭିଯୁକ୍ତ ଓମପ୍ରକାଶ ଆଜି ଗଣମାଧ୍ୟମକୁ କହିଛି। ଏହା ପରେ ଅନେକ ଲୋକଙ୍କ ଟଙ୍କା ଫେରସ୍ତ କରିସାରିଛି। ତେବେ କାହିଁକି ଘଟଣାର ଦୁଇ ବର୍ଷ ପରେ ପୁଲିସ ଗିରଫ କଲା ତାହା ମୁଁ ବୁଝିପାରୁନାହିଁ ବୋଲି ଓମପ୍ରକାଶ କହିଛନ୍ତି।

- Advertisement -

ସୂଚନା ଅନୁସାରେ, ବଲାଙ୍ଗିର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ କିରାଣୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଜାଲରେ ପଡିଥିଲେ। ଏନେଇ ୨୧.୧.୨୦୧୬ରେ ବଲାଙ୍ଗିର ଜିଲାପାଳ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ। ପରେ ୨୯.୯.୨୦୧୬ରେ ହଠାତ ଅନୁକମ୍ପା ପ୍ରଦର୍ଶନ କରି ଜିଲାପାଳ ତାଙ୍କୁ ଟିଟିଲାଗଡ ତହସିଲରେ ନିଯୁକ୍ତି ପ୍ରଦାନ କରିଥିଲେ। ତେବେ ୨୦୧୭ ମାର୍ଚ୍ଚରୁ ଅନେକ ସମୟରେ କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ତଥା ଭିଜିଲାନ୍ସ କେସ ନେଇ କୋର୍ଟରେ ଅନୁପସ୍ଥିତ ରହିବା ନେଇ କୋର୍ଟ ଦ୍ୱାରା ଜାରି ଜାମିନ ବିହୀନ ପରୱାନାକୁ ଭିତ୍ତି କରି ୨୩.୨.୨୦୧୯ରେ ତାଙ୍କୁ ପୁଣି ନିଲମ୍ବନ କରାଯାଇଥିଲା। ପରେ ଶ୍ରୀ କୁମ୍ଭାରଙ୍କ ଉପରେ ଜିଲାପାଳଙ୍କ କରୁଣା ବର୍ଷା ହୋଇ ତାଙ୍କୁ ୨୬.୭.୨୦୧୯ରେ ଚାକିରିରେ ପୁଣି ଅବସ୍ଥାପିତ କରି ପାଟଣାଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଥିଲା। ତେବେ ସେ ସମୟରେ ସ୍ୱାଭିମାନୀ ପାଟଣାଗଡ ଉପଜିଲାପାଳ ଦୁର୍ନିତୀ ଗ୍ରସ୍ତ କର୍ମଚାରୀ ଶ୍ରୀ କୁମ୍ଭାରଙ୍କୁ କାର୍ଯ୍ୟାଳୟରେ ଯୋଗ ଦେବାକୁ ଅନୁମତି ପ୍ରଦାନ ନକରିବାକୁ ନିଜ ଜିଦରେ ଅଟଳ ରହିଥିଲେ। ଏନେଇ ଜିଲାପାଳ ତାଙ୍କୁ ଖପ୍ରାଖୋଲ ତହସିଲରେ ଅବସ୍ଥାପିତ କରିଥିଲେ। ତେବେ ନୂତନ ଏସପି ଯୋଗ ଦେବା ପରେ ଚାକିରି ନେଇ ଟଙ୍କା ଗଣି ଥିବା କିଛି କର୍ମଚାରୀ ତଥା ସାଧାରଣ ଜନତା ତାଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି। ଏନେଇ ଏସ୍ପିଙ୍କ କଡା ନିର୍ଦ୍ଦେଶ ପରେ ଟିଟିଲାଗଡ ପୁଲିସ ତାଙ୍କୁ ଖପ୍ରାଖୋଲରୁ ଗିରଫ କରିଥିବା ଜଣାଯାଇଛି। ଅପରପକ୍ଷରେ ଶ୍ରୀ କୁମ୍ଭାର ଟିଟିଲାଗଡ ତହସିଲରେ ନିଯୁକ୍ତ ଥିବା ବେଳେ ଅଦ୍ୟାବଧି ଅନେକ ଗୁରୁତ୍ୱପୁର୍ଣ୍ଣ ଫାଇଲ ହଜିବା ନେଇ କୌଣସି ଉତ୍ତର କିମ୍ବା ଦାୟିତ୍ୱ ହସ୍ତାନ୍ତର କରୁନଥିବା ତହସିଲଦାର ଦାୟିତ୍ୱ ସମ୍ଭାଲିଥିବା ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ ଚିନ୍ତାରେ ରହିଛନ୍ତି। ଅନ୍ୟପକ୍ଷରେ ଚାକିରି ପାଇଁ ଶ୍ରୀ କୁମ୍ଭାରଙ୍କୁ ନଗଦ ଟଙ୍କା ଗଣିଥିବା ସରକାରୀ କର୍ମଚାରୀ ସମେତ ସାଧାରଣ ଜନତା ଚିନ୍ତାରେ ପଡିଛନ୍ତି। ଏନେଇ ରାଜ୍ୟ ସରକାର ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories