www.samajalive.in
Sunday, December 7, 2025
14.1 C
Bhubaneswar

ଚର୍ଚ୍ଚାରେ ଓଲିଉଡ଼, ପିଣ୍ଟୁଙ୍କୁ ନୋଟିସ୍‍, ପ୍ରକୃତିଙ୍କ ଏତଲା

ଭୁବନେଶ୍ୱର: ଓଲିଓଡ୍‍ର ଜଣେ ଅଭିନେତାଙ୍କ ବିରୋଧରେ ଗତକାଲି ଅଭିଯୋଗ ପରେ ଗୁରୁବାର ଜଣେ ଅଭିନେତ୍ରୀ ଏକ ନ୍ୟୁଜ୍‍ ପୋର୍ଟାଲ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦୁଇ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କମିସନରେଟ୍‍ ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଗୁରୁବାର ଏକ ନ୍ୟୁଜ ପୋର୍ଟାଲ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଫଟୋକୁ ବ୍ୟବହାର କରି ଖବର ପ୍ରସାରଣ କରିଥିବାରୁ ତାହାକୁ ବିରୋଧ କରି ଅଭିନେତ୍ରୀ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ଖବର ପ୍ରସାରଣ ଯୋଗୁଁ ତାଙ୍କ ଚରିତ୍ର ସଂହାର ହେବା ଓ ତାଙ୍କ ପରିବାର ଲୋକଙ୍କ ସମ୍ମାନ ହାନି ହୋଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ନ୍ୟୁଜ୍‌ ପୋର୍ଟାଲ ବିରୋଧରେ ସେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ପ୍ରକାଶ ଥାଉକି, ଅଭିନେତ୍ରୀ ପ୍ରକୃତି ତାଙ୍କ ଇନ୍‍ଷ୍ଟାଗ୍ରାମ୍‍ ପେଜ୍‍ରେ ଏକ ଫଟୋ ପୋଷ୍ଟ କରିଥିଲେ। ତାହାକୁ ଉକ୍ତ ନ୍ୟୁଜ୍‌ ପୋର୍ଟାଲ ସଂସ୍ଥା ବ୍ୟବହାର କରିଥିଲା।
ସେହିପରି ଓଲିଉଡର ଅନ୍ୟ ଜଣେ ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦଙ୍କ ବିରୋଧରେ ଜଣେ ଯୁବତୀ ଗତକାଲି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏକ ମାମଲା ରୁଜୁ କରି ପିଣ୍ଟୁଙ୍କୁ ନୂଆପଲ୍ଲୀ ପୁଲିସ ନୋଟିସ୍‍ ଜାରି କରିଛି। ଯୁବତୀଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଏକ ଫିଲ୍ମ ପାଇଁ ସ୍କ୍ରିନ୍‍ ଟେଷ୍ଟ ନିଆଯିବ ବୋଲି ପିଣ୍ଟୁ ଡକାଇଥିଲେ। ମଙ୍ଗଳବାର ତାଙ୍କୁ କଟକ ଓ ଭୁବନେଶ୍ୱର ବୁଲାଇ ନୂଆପଲ୍ଲୀସ୍ଥିତ ଏକ ହୋଟେଲ ରଖିଥିଲେ। ରାତି ୧୨ଟା ପର୍ୟ୍ୟନ୍ତ ସେଠାରେ ବସିଥିଲେ ମଧ୍ୟ ସ୍କ୍ରିନ୍‍ ଟେଷ୍ଟ ନିଆଯାଇ ନ ଥିଲା। ଏହାପରେ ସେ ଘରକୁ ଯିବା ପାଇଁ ବାହାରିବାରୁ ପିଣ୍ଟୁ ଏବଂ ତାଙ୍କର ସହଯୋଗୀ ଅଶାଳୀନ ମନ୍ତବ୍ୟ ଦେଇଥିଲେ ବୋଲି ଯୁବତୀଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଅଭିିନେତା ଶ୍ରୀ ନନ୍ଦ କହିଛନ୍ତି, ଉକ୍ତ ଯୁବତୀଙ୍କୁ ସେ ଚିହ୍ନନ୍ତି ନାହିଁ। ନୋଟିସ୍‍ ପାଇବା ପରେ ତାଙ୍କ ମତ ରଖିବାକୁ ଥାନାକୁ ଯିବେ ବୋଲି ପ୍ରକାଶ କରିଛନ୍ତି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories