www.samajalive.in
Friday, December 12, 2025
15.1 C
Bhubaneswar

ମୋଦୀଙ୍କୁ ଓଲିଙ୍କ ନିମନ୍ତ୍ରଣ

କାଠମାଣ୍ଡୁ : ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଓଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଦେଶ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି। କ୍ରମାଗତ ଗସ୍ତ ଦ୍ବାରା ଦ୍ବିପାକ୍ଷିକ ସମ୍ବନ୍ଧ ଅଧିକ ମଜଭୁତ ହେବ ବୋଲି ତାଙ୍କର ଆଶା। ଓଲି ଗୁରୁବାର ମୋଦୀଙ୍କ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ।

ସୂଚନାଯୋଗ୍ୟ ଯେ ଏହି ଭବ୍ୟ ସମାରୋହକୁ ବିମ୍‌ଷ୍ଟେକ୍ ରାଷ୍ଟ୍ରସମୂହର ନେତୃବୃନ୍ଦଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିମ୍‌ଷ୍ଟେକ୍‌ରେ ଭାରତ ବ୍ୟତୀତ ବାଂଲାଦେଶ, ମ୍ୟାଁମାର୍‌, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନ ସଦସ୍ୟ ଅଛନ୍ତି। ନେପାଳ ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତି ଅନୁଯାୟୀ ମୋଦୀ ନେପାଳର ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି।
ଶୁକ୍ରବାର ନିଜ ଦେଶକୁ ଫେରିଯାଇଥିବା ଓଲି ତାଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ଉଭୟ ଦେଶ ମଧ୍ୟରେ କିଭଳି ସମ୍ପର୍କ ସୁଦୃଢ଼ ହେବ, ସେ ସମ୍ପର୍କରେ ଦୁହେଁ ଆଲୋଚନା କରିଥିଲେ। ଦୁଇ ଦେଶର ଲାଭ ହେବାଭଳି ସହଯୋଗକୁ ବୃଦ୍ଧି କରିବାପାଇଁ ମଧ୍ୟ ଏହି ବୈଠକରେ ଚର୍ଚା ହୋଇଥିଲା।
୨୦୧୪ରେ ମୋଦୀ ଦୁଇଥର ନେପାଳ ଗସ୍ତ କରିଥିଲେ। ପ୍ରଥମେ ଅଗଷ୍ଟରେ ଦ୍ବିପାକ୍ଷିକ ଆଲୋଚନାପାଇଁ ଓ ପରେ ନଭେମ୍ବରରେ ଅନୁଷ୍ଠିତ ସାର୍କ ସମ୍ମିଳନୀରେ ଯୋଗ ଦେବାକୁ ସେ ଯାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories