ନୂଆଦିଲ୍ଲୀ : ଗତକାଲି(ଗୁରୁବାର) ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୩ତମ ସଂସ୍କରଣ ପାଇଁ ନିଲାମ ହୋଇଥିଲା। ଏଥିରେ ଜଣେ ୪୮ବର୍ଷୀୟ ଖେଳାଳିଙ୍କୁ ନିଲାମ କରାଯାଇଥିବା ଜଣାପଡ଼ିଛି। ସେହି ଖେଳାଳିଙ୍କ ନାମ ହେଉଛି ପ୍ରବିଣ ତାମ୍ବେ। ତାମ୍ବେଙ୍କୁ କୋଲକାରତା ନାଇଟ ରାଇଡରସ୍(କେକେଆର) ଦଳ ୨୦ଲକ୍ଷ ଟଙ୍କାରେ କିଣିଥିବା ଜଣାପଡ଼ିଛି। ତାମ୍ବେ ହେଉଛନ୍ତି ଜଣେ ଡ଼ାହାଣହାତୀ ଲେଗ୍ ସ୍ପିନ ବୋଲର। ସେ ମହାରାଷ୍ଟ୍ରର ବାସିନ୍ଦା। ସେ ୨୦୧୩ମସିହାରେ ଆଇପିଏଲରେ ଏଣ୍ଟ୍ରି କରିଥିଲେ। ସେ ପ୍ରଥମେ ୪୧ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ ଖେଳିଥିଲେ।

ସବୁଠାରୁ ଖାଶ୍ କଥା ହେଉଛି ତାମ୍ବେ କୋଲକାତାର ମୁଖ୍ୟ ପ୍ରଶିକ୍ଷକ ଥିବା ବ୍ରେଣ୍ଡନ୍ ମ୍ୟାକ୍କଲମ୍ଙ୍କ ଠାରୁ ମଧ୍ୟ ବୟସରେ ୧୦ବର୍ଷ ବଡ଼। ମାକୁଲମଙ୍କ ବୟସ ୩୮ବର୍ଷ ହୋଇଥିବାବେଳେ ତମ୍ବେଙ୍କ ବୟସ ୪୮ବର୍ଷ।



