www.samajalive.in
Monday, December 15, 2025
27.1 C
Bhubaneswar

କରୋନାକୁ ମାତ୍ ଦେଲେ ୮୩ ବର୍ଷୀୟ ଶ୍ୟାମଘନ, ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ଜିଲାପାଳ

ଫୁଲବାଣୀ/ବାଲିଗୁଡା: କୋଭିଡର ଦ୍ୱିତୀୟ ଲହର ସମଗ୍ର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଦୃଢ ମନୋବଳ ଯେ ଏହାକୁ ହରାଇପାରେ ଏଭଳି ଏକ ସନ୍ଦେଶ ଦେଇଛନ୍ତି କନ୍ଧମାଳ ଜିଲା ବାଲିଗୁଡାର ଜଣେ ୮୩ ବର୍ଷ ବୟସ୍କ ବ୍ୟକ୍ତି। ସ୍ଥାନୀୟ ବିଜ୍ଞାପିତ ଅଂଚଳ ପରିଷଦର ୨ ନମ୍ବର ୱାର୍ଡର ୮୩ ବର୍ଷୀୟ ଶ୍ୟାମଘନ ପଣ୍ଡା କରୋନାକୁ ମାତ ଦେଇ ସୁସ୍ଥ ହୋଇ ଆଜି ଘରକୁ ଫେରିଛନ୍ତି। ଗତ ୮ତାରିଖ ଦିନ ତାଙ୍କର ଦେହ ଖରାପ ହେବାରୁ ସେ କୋଭିଡ ପରୀକ୍ଷା କେନ୍ଦ୍ରକୁ ଯାଇ କରୋନା ପରୀକ୍ଷା କରାଇଥିଲେ। ସେଠାରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ବାଲିଗୁଡ଼ାସ୍ଥିତ ବଡଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଖୋଲିଥିବା କୋଭିଡ କେୟାର କେନ୍ଦ୍ରରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। କୋଭିଡ଼୍ କେୟାର କେନ୍ଦ୍ରର ଚିକିତ୍ସକ ଓ ଅନ୍ୟ ସମସ୍ତ କର୍ମଚାରୀମାନଙ୍କର ଆନ୍ତରିକ ଉଦ୍ୟମ ଓ ଚେଷ୍ଟା ଫଳରେ ଶ୍ରୀ ପଣ୍ଡା ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିବା ବେଳେ ଆଜି ଶ୍ରୀ ପଣ୍ଡା କରୋନାରୁ ହରାଇ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି।

ଶ୍ରୀ ପଣ୍ଡାଙ୍କୁ ଆଜି କୋଭିଡ କେୟାର କେନ୍ଦ୍ରରେ ନିୟୋଜିତ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ପଣ୍ଡାଙ୍କ କରୋନା ଲଢେଇ ଓ ବିଜୟକୁ ଆମ ପାଇଁ ଏକ ସକରାତ୍ମକ ବାର୍ତ୍ତା ବୋଲି ବର୍ଣ୍ଣନା କରି ବାଲିଗୁଡା ବିଡିଓ ଡ. ଜଗଦୀଶ ଷଡଙ୍ଗି କହିଛନ୍ତି ,ଏହା ଦ୍ୱାରା ଅନ୍ୟ ଚିକିତ୍ସାଧୀନ ରୋଗୀଙ୍କ ମନୋବଳ ବୃଦ୍ଧି ହେବ। ତେବେ ସୁସ୍ଥ ହୋଇ ଘରକୁ ଫେରିଥିବା ଶ୍ୟାମଘନ ପଣ୍ଡାଙ୍କ ସହ ଅନ୍ୟ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସବୁ ପ୍ରକାର କୋଭିଡ ଗାଇଡ ଲାଇନକୁ ମାନି ଚଳିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ପଣ୍ଡା ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ପରିବାର ସହ ସ୍ଥାନୀୟ ଅଂଚଳର ଲୋକଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି। ସେହିଭଳି କନ୍ଧମାଳ ଜିଲାପାଳ ଡ଼.ବୃନ୍ଦା.ଡ଼ି ବାଲିଗୁଡ଼ାର ଶ୍ୟାମଘନ ପଣ୍ଡା କୋଭିଡ଼୍-୧୯କୁ ପରାସ୍ତ କରି ଆଜି ସୁସ୍ଥ ହୋଇ ଘରକୁ ଫେରିବା ନିଶ୍ଚିତ ଭାବେ କରୋନା ବିରୁଦ୍ଧରେ ଏହି ବିଜୟ ସମସ୍ତଙ୍କ ମନୋବଳ ବୃଦ୍ଧି ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି।

- Advertisement -

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories