www.samajalive.in
Friday, December 5, 2025
17.1 C
Bhubaneswar

ବଦାନ୍ୟ ବ୍ୟକ୍ତିଙ୍କ ମହାନତା: ପେନସନ୍‌ ଟଙ୍କାରେ ନଦୀଘାଟରେ ତିଆରି କଲେ ପାହାଚ

ଭଣ୍ଡାରିପୋଖରୀ: ନିଜସ୍ବ ପେନସନ୍‌ ଟଙ୍କାରେ ନଦୀଘାଟ ମରାମତି କରିବା ସହ ପାହାଚ ନିର୍ମାଣ କରି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ପାତ୍ର ସାଜିଛନ୍ତି ୮୬ ବର୍ଷୀୟ ଅବସରପ୍ରାପ୍ତ ସରକାରୀ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳ-ମଢିଆଳୀ ଗ୍ରାମପଞ୍ଚାୟତର ବନ୍ଦାଳ ଗ୍ରାମ ନିବାସୀ ଶ୍ରୀ ଦାଶ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ଅଞ୍ଚଳବାସୀଙ୍କ ସୁବିଧା ପାଇଁ ନଦୀଘାଟରେ ପାହାଚ ନିର୍ମାଣ କରିଛନ୍ତି। ସ୍ଥାନୀୟ ପ୍ରଶାସନ ତଥା ପଞ୍ଚାୟତକୁ ଏନେଇ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ନଦେବାରୁ ଶେଷରେ ନଦୀଘାଟ ମରାମତି ପାଇଁ ନିଜେ ଅଣ୍ଟା ଭିଡ଼ିଲେ ୮୬ ବର୍ଷୀୟ ରାମଚନ୍ଦ୍ର ଦାଶ।

ସୂଚନା ମୁତାବକ, ବନ୍ଦାଳ-ମଢିଆଳୀ ପଞ୍ଚାୟତ ଦେଇ ବହି ଯାଇଥିବା ବୈତରଣୀ ନଦୀର ଖପୁରିଆପଦା ସ୍ଥିତ ମିଶ୍ର ସାହି ତୁଠ ଅନେକ ଦିନ ହେବ ବିପଜ୍ଜନକ ଅବସ୍ଥାରେ ରହିଥିଲା। ଏପରିକି କିଛିଦିନ ତଳେ ବନ୍ଦାଳ ଗ୍ରାମର ଧନେଶ୍ବର ସାଉ ନାମକ ଯୁବକ ସେହି ତୁଠରେ ଗାଧୋଇବା ବେଳେ ପଡ଼ିଯାଇ ପଥରରେ ଆଘାତପ୍ରାପ୍ତ ହୋଇ ପ୍ରାଣ ହରାଇଥିଲେ। ବନ୍ଦାଳ, ଖପୁରିଆପଦା ସମେତ ଆଖପାଖ ଗାଁର ଲୋକେ ଏହି ଘାଟ ଉପରେ ନିର୍ଭରଶୀଳ। ପ୍ରତ୍ୟେକଦିନ ଏଠାକୁ ଗାଧୋଇବା ଓ ଶୌଚ ହେବାକୁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷ କରି ରାହାସ ପୂର୍ଣ୍ଣିମାରେ ସ୍ନାନ ଓ ଶ୍ରାବଣୀ ପାଣି ଉଠାଇବା ପାଇଁ ଏହି ଘାଟରେ ଶହସ୍ରାଧିକ ଲୋକଙ୍କ ଭିଡ଼ ଜମିଥାଏ। ଅନେକ ଥର ଲୋକେ ଏଠାରେ ପଡ଼ି ଆହତ ମଧ୍ୟ ହୋଇଛନ୍ତି। ତେବେ ଏନେଇ ସ୍ଥାନୀୟ ପ୍ରଶାସନ ତଥା ପଞ୍ଚାୟତକୁ ଅନେକଥର ଅବଗତ କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଇ ନଥିଲେ। ତେଣୁ ଶେଷରେ ଶ୍ରୀ ଦାଶ ନିଜସ୍ବ ପେନସନ୍‌ ଟଙ୍କାରେ ଘାଟର ମରାମତି କରି ପାହାଚ ନିର୍ମାଣ କରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହା ଦେଖି ଆଖ ପାଖ ଲୋକେ ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories