www.samajalive.in
Saturday, December 6, 2025
19.1 C
Bhubaneswar

କଣ୍ଟିଆ ଗଡ଼ ଗ୍ରାମରେ ଶ୍ରୀହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆ ଗଡ଼ ଗ୍ରାମରେ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୪ପ୍ରହର ନାମଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଅନୁଷ୍ଠିତ ହେବାସହ ଏଥିରେ ପଣ୍ଡିତ ନରସିଂହ ଶତପଥୀ, ପଣ୍ଡିତ ଅଶୋକ ଶତପଥୀ, ସୁଦର୍ଶନ ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇଥିଲେ। ପ୍ରବଚକ ଜିତୁ ଦାସ, କଣ୍ଠଶିଳ୍ପୀ ବନ୍ଦିତା ନାୟକ ଓ ଦୃଷ୍ଟି ହୀନ କଣ୍ଠଶିଳ୍ପୀଙ୍କ ଦ୍ବାରା ଭଜନ ସମାରୋହ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ନାମଯଜ୍ଞ ସହ ପୂର୍ଣ୍ଣାହୁତି, ନଗର ଭ୍ରମଣ ଓ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଯଜ୍ଞ ସ୍ଥଳରେ ସମବେତ ହୋଇଥିବା ୧୫ଠାକୁର ଅପରାହ୍ଣରେ ପୁଣି ବାଜାବାଜଣା ବଜାଇ ବିରାଟ ଶୋଭାଯାତ୍ରା ମଧ୍ୟରେ ନିଜ ନିଜ ଗ୍ରାମ ଅଭିମୁଖେ ଯାତ୍ରା କରିଥିଲେ। କଣ୍ଟିଆ ଗଡ଼ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଆଖ ପାଖ ଗ୍ରାମର ଲୋକମାନେ ଏଥିରେ ସହଯୋଗ କରଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories