www.samajalive.in
Saturday, December 6, 2025
19.1 C
Bhubaneswar

ବୃଦ୍ଧ ବୟସରେ ବୋହୁଛନ୍ତି ବାଇକ୍, ଭିଡିଓ ଦେଖି ଭାବୁକ ହେଲେ ଲୋକେ

ନୂଆଦିଲ୍ଲୀ : ଇଣ୍ଟରନଟେର ଅନେକ ସମୟରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହୋଇଥାଏ । ଏଥିରୁ କିଛି ମଜାଳିଆ ଭିଡିଓ ଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଭାବୁକ କରିଥାଏ । ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ପିଠିରେ ଏକ ବାଇକ୍ ଲଦି ବସ୍ ଉପରକୁ ଉଠାଉଛନ୍ତି । ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହେବାପରେ ସମସ୍ତେ ଏହାକୁ ଦେଖି ଭାବୁକ ହେଉଛନ୍ତି । ୟୁଜର୍ସ ଜଣେ ପିତାଙ୍କ ଏଭଳି ପରିଶ୍ରମ ଓ ସମର୍ପଣକୁ ସଲାମ କରୁଛନ୍ତି ।

ଭିଡିଓ ଦେଖିବା ପାଇଁ କ୍ଲିକ୍ କରନ୍ତୁ

- Advertisement -

ଭିଡିଓରେ ନଜର ଆସୁଛି କି ୩-୪ ଜଣ ଲୋକ ମିଶି ଜଣେ ବୃଦ୍ଧଙ୍କ ପିଠି ଉପରେ ଏକ ବାଇକ୍ ଲଦିବାରେ ସାହାଯ୍ୟ କରୁଛନ୍ତି । ପିଠିରେ ଏକ ତକିଆ ରଖି ବୃଦ୍ଧ ବ୍ୟକ୍ତି ଏକ ଓଜନିଆ ବାଇକ ଉଠାଉଛନ୍ତି । ଏହା ପରେ ସେ ଏହାକୁ ଲଦି ନେଇ ଏକ ବସ ଛାତ ଉପରେ ଲଦୁଛନ୍ତି । ଏହି ପରିଶ୍ରମଭରା ଭିଡିଓ ଦେଖି ୟୁଜର୍ସଙ୍କ ଆଖି ଲୁହରେ ଓଦା ହୋଇଯାଉଛି । ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏଥିରେ ଏପର୍ଯ୍ୟନ୍ତ ୩.୫ ମିଲିୟନରୁ ଅଧିକ ଭ୍ୟୁଜ୍ ମିଳିସାରିଛି । ସେହିଭଳି ଭିଡିଓରେ ୨୭ ହଜାରରୁ ଅଧିକ ଲାଇକ୍ ମିଳିଛି । ସମସ୍ତେ ଭାବୁକ ହୋଇ ଏହାକୁ ସେୟାର କରୁଛନ୍ତି ।

ଅନ୍ତର୍ଜାତୀୟ ଟି-୨୦ରୁ ଜାଡେଜାଙ୍କ ଅବସର

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories