ଧାମରା: ଧାମରା ଥାନା ଅର୍ନ୍ତଗତ ଧାମରା ଗ୍ରାମରେ ଜଣେ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଧାମରା ଗ୍ରାମରା ସୀମା ଲେଙ୍କା(୧୮) ଆଜି ନିଜ ଭଡା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା। ଘରେ ନିଜର ବିଧବା ମା’ ଅନ୍ୟଘରେ କାମ କରିବାକୁ ଯାଇଥିବା ବେଳେ ସୀମା ଆତ୍ମହତ୍ୟା କରିଥିଲା। ଖବର ପାଇ ଘରକୁ ଆସି ନିଜର ଏକ ମାତ୍ର କନ୍ୟାର ଏଭଳି ଅବସ୍ଥା ଦେଖି ମା’ ମୂର୍ଛା ହୋଇଯାଇଥିଲା।
ଏହାପରେ ସ୍ଥାନୀୟ ଲୋକେ ଧାମରା ଥାନାରେ ଖବର ଦେବାପରେ ପୁଲିସ ଆସି ମୃତଦେହକୁ ଜବତ କରିଥିଲା। ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ଏ ସଂକ୍ରାନ୍ତରେ ଧାମରା ଥାନାରେ ଏକ ମାମଲା ରୁଜୁ ହୋଇଛି । ଯୁବତୀ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିବା ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।



