ବିଧାନସଭା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜି ପୂର୍ବାହ୍ନରେ ବିଧାନସଭା ପରିସରରେ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ବିଧାନସଭାର ଅଧିକାରୀ ଓ କର୍ମଚାରୀମାନଙ୍କୁ ଉଭୟ ଦିବସର ଶପଥ ପାଠ କରାଇଥିଲେ।
ପ୍ରତ୍ୟେକ ନାଗରିକ ଜୀବନର ସମସ୍ତ କ୍ଷେତ୍ରରେ ସର୍ବଦା ସାଧୁତା ଓ ସଚ୍ଚୋଟତାର ସର୍ବୋଚ୍ଚ ମାନକକୁ ଅନୁସରଣ କରିବା ସହିତ ଦୁର୍ନୀତି ବିରୋଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ ବୋଲି ଉଲ୍ଲେଖ କରି ସଚିବ ଶ୍ରୀ ଶତପଥୀ ଉପସ୍ଥିତ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ପ୍ରଥମ ଦିବସରେ ଏହି ଶପଥ ପାଠ କରାଇଥିଲେ। ଏଥି ସହ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ନିମନ୍ତେ ଉପସ୍ଥିତ ସମସ୍ତ କର୍ମଚାରୀ ମଧ୍ୟ ଶପଥ ନେଇଥିଲେ।

kalyan agarbati

Comments are closed.