www.samajalive.in
Sunday, December 7, 2025
23.1 C
Bhubaneswar

ଓଲାର ଚାଲିଛି ଖରାପ ସମୟ, କାରଣ ଦର୍ଶାଅ ନୋଟିସ୍ ପରେ ଏବେ ହେବ ଯାଞ୍ଚ

ନୂଆଦିଲ୍ଲୀ : ଆଜିକାଲି ଓଲାର ଖରାପ ସମୟ ଚାଲିଛି । ପୂର୍ବରୁ ସାମାଜିକ ଗଣମାଧ୍ୟମରେ କୁଣାଲ କାମରାଙ୍କ ସହ ବିବାଦ ପରେ ଭାବିଶ ଅଗ୍ରଓ୍ବାଲଙ୍କୁ ଲୋକେ ଟ୍ରୋଲ୍ କରିଥିଲେ । ଏବେ ଏହାର ପ୍ରଭାବ କମ୍ପାନୀର ସେୟାର ଉପରେ ଦେଖିବାକୁ ମିଳୁଛି । ଏହା ପରେ ୭ ଅକ୍ଟୋବରରେ କମ୍ପାନୀ ସିକ୍ୟେରିଟି ଏକ୍ସଚେଞ୍ଜକୁ ଜଣାଇଛି କି ଓଲାକୁ ସେଣ୍ଟ୍ରାଲ କଞ୍ଜ୍ୟୁମର ପ୍ରୋଟେକ୍ସନ ଅଥୋରିଟି(ସିସିପିଏ) ତରଫରୁ କାରଣ ଦର୍ଶାଅ ନୋଟିସ୍ ମିଳିଛି । ଏବେ ଖବର ଆସିଛି କି ସଡକ ପରିବହନ ମନ୍ତ୍ରାଳୟ ମଧ୍ୟ ଓଲାର ଯାଞ୍ଚ କରିପାରେ, ଯେଉଁଥିପାଇଁ ଖୁବଶୀଘ୍ର ନିର୍ଦ୍ଦେଶାବଳୀ ଜାରି ହୋଇପାରେ ।

ଓଲା ଇଲେକ୍ଟ୍ରିକ ଇଭି ସ୍କୁଟରକୁ ନେଇ ସାମାଜିକ ଗଣମାଧ୍ୟମରେ ଲଗାତର ଗ୍ରାହକ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଇଭି ସ୍କୁଟରର ସର୍ଭିସରେ ଗ୍ରାହକ ସମସ୍ୟା ଭୋଗୁଛନ୍ତି । ଏହାକୁ ନେଇ ସରକାରଙ୍କ ତରଫରୁ ପୂର୍ବରୁ କମ୍ପାନୀକୁ ନୋଟିସ୍ ହୋଇସାରିଛି । କମ୍ପାନୀକୁ ସେଣ୍ଟ୍ରାଲ କଞ୍ଜ୍ୟୁମର ପ୍ରୋଟେକ୍ସନ ଅଥୋରିଟି ତରଫରୁ କାରଣ ଦର୍ଶାଅ ନୋଟିସ୍ ମିଳିଛି ।

- Advertisement -

କମ୍ପାନୀ ସୂଚନା ଅନୁସାରେ ‘ସିସିପିଏ କାରଣ ଦର୍ଶାଅର ଜବାବ ଦେବା ପାଇଁ କମ୍ପାନୀକୁ ୧୫ ଦିନର ସମୟ ଦେଇଛି । ନିର୍ଦ୍ଧାରିତ ସମୟରେ ମଧ୍ୟରେ କମ୍ପାନୀ ଦସ୍ତାବିଜ ସହ ଜବାବ ଦେବ ।’ ନୋଟିସରେ କୁହାଯାଇଛି କି ଓଲା ଇଲେକ୍ଟ୍ରିକ୍ ତରଫରୁ କଞ୍ଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ୨୦୧୯ର ଅନେକ ନିୟମର ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି । ଅଥୋରିଟି ତରଫରୁ ନିର୍ମାଣ ସମ୍ବନ୍ଧୀୟ ତ୍ରୁଟି, ବୁକିଂ ରଦ୍ଦ ହେବା ପରେ ଫେରସ୍ତ ନକରିବା, ଖରାପ ସେବା ଯୋଗାଇବା ଭଳି ସମସ୍ୟା ଆସିବା ପରେ ଅଭିଯୋଗକୁ ଗୁରୁତର ସହ ନିଆଯାଇଛି । ସୂଚନାଯୋଗ୍ୟ ଗତ ବର୍ଷ ସେପ୍ଟେମ୍ବରରେ ଓଲା ଇଲେକ୍ଟ୍ରିକକୁ ନେଇ ଗ୍ରାହକଙ୍କ ତରଫରୁ ୧୦,୬୪୪ଟି ଅଭିଯୋଗ ଆସିଥିଲା ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories