www.samajalive.in
Saturday, December 13, 2025
26.1 C
Bhubaneswar

ଜୁଲାଇ ୨୫ ପର୍ଯ୍ୟନ୍ତ ଘୁଞ୍ଚିଲା ଓଜେଇଇ ପଞ୍ଜୀକରଣ

ଭୁବନେଶ୍ବର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନ୍‌ଲାଇନ୍‌ ପଞ୍ଜୀକରଣ ଅବଧି ଜୂଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ବୁଧବାର ଓଜେଇଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଶେଷ ମୁହୂର୍ତ୍ତରେ ଆବେଦନ କରୁଥିବା ଛାତ୍ରଛାତ୍ରୀମାନେ ୩୧ ତାରିଖ ସୁଦ୍ଧା ସେମାନେ ଫି ଦାଖଲ କରିବା ପାଇଁ ଉଲ୍ଳେଖ କରାଯାଇଛି।
ସେହିପରି ଜେଇଇ ମେନ୍‌ ଓ ନିଟ ପ୍ରବେଶିକା ପରୀକ୍ଷା ଜୁଲାଇ ଶେଷ ସପ୍ତାହରେ କରିବା ପାଇଁ କାର୍ଯ୍ୟସୂଚୀ ବି ପ୍ରସ୍ତୁତ କରିଥିଲା। ଜେଇଇ ମେନ୍‌ ଏବଂ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇ ଥିବାରୁ ଜୁଲାଇରେ ହେବାକୁ ଥିବା ପରୀକ୍ଷାକୁୁ ସ୍ଥଗିତ ରଖାଯାଇଛି। ଜେଇଇ ମେନ୍‌ ଏବଂ ନିଟ୍‌ ପରୀକ୍ଷା ସରିବା ପରେ ସେ‌େ‌ପ୍ଟମ୍ବର ମାସ ଶେଷ ସୁଦ୍ଧା ଜେଇଇ ପରୀକ୍ଷା ଅନୁ‌ଷ୍ଠିତ ହୋଇପାରେ ବୋଲି ଓଜେଇଇ ଅଧ୍ୟକ୍ଷ ଏସ୍.କେ ଚାନ୍ଦ କହିଛନ୍ତି।

ଓଜେଇଇ ପରୀକ୍ଷା ସ୍ଥଗିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ହିତକୁ ଦୃ‌‌ଷ୍ଟିରେ ରଖି ଓଜେଇଇ କର୍ତ୍ତୃପକ୍ଷ ପଞ୍ଜୀକରଣ କରିବା ନେଇ ସୁଯୋଗ ଦେଇଛନ୍ତି। ଯେଉଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରି ନାହାନ୍ତି ସେମାନେ ଏହି ବର୍ଦ୍ଧିତ ସମୟରେ ପଞ୍ଜୀକରଣ କରିପାରିବେ। ସୂଚନା ଯୋଗ୍ୟ ବି.ଫାର୍ମା, ଏମବିଏ, ଏମସିଏ, ଏମ.ଟେକ, ଏମ୍ ଆର୍ଟ, ଏମଫାର୍ମା, ଇଣ୍ଟିଗ୍ରେଟେଡ ଏମବିଏ, ବି.ଟେକ ସ୍ବତନ୍ତ୍ର ଓଜେଇଇ ପାଠ୍ୟକ୍ରମ ପାଇଁ ଅନୁ‌ଷ୍ଠିତ ​‌େ​‌ହବାକୁ ଥିବା ପ୍ରବେଶିକା ପରୀକ୍ଷା ନିମନ୍ତେ ପଞ୍ଜୀକରଣ କରିପାରିବେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories