www.samajalive.in
Thursday, December 11, 2025
16.1 C
Bhubaneswar

ଆରପାରିରେ ପ୍ରସିଦ୍ଧ ହାସ୍ୟାଭିନେତା ଜଗଦୀପ

ମୁମ୍ବଇ: ଚଳିତ ବର୍ଷ ବଲିଉଡ଼ର ଅନେକ ଲୋକପ୍ରିୟ କଳାକାର ଦୁନିଆରୁ ବିଦାୟ ନେଇଥିବା ବେଳେ ଏବେ ପୁଣି ଜଣେ ପ୍ରସିଦ୍ଧ ଅଭିନେତାଙ୍କର ଦେହାନ୍ତ ହୋଇଛି। ଲୋକପ୍ରିୟ ଚଳଚ୍ଚିତ୍ର ‘ଶୋଲେ’ର ସୁରମା ଭୋପାଲୀ ତଥା ପ୍ରସିଦ୍ଧ ହାସ୍ୟ ଅଭିନେତା ଜଗଦୀପଙ୍କର ପରଲୋକ ଘଟିଛି। ବୁଧବାର ୮୧ ବର୍ଷ ବୟସରେ ମୁମ୍ବଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି।

- Advertisement -

ଜଗଦୀପ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ଥିଲେ। ତାଙ୍କର ଅସଲୀ ନାମ ହେଉଛି ସୟଦ ଇସ୍ତିୟାକ ଅହମଦ ଜାଫରୀ। କିନ୍ତୁ ହିନ୍ଦୀ ସିନେମାରେ ଏଣ୍ଟ୍ରି କରିବା ପରେ ସେ ନିଜ ନାଁ ବଦଳାଇ ଜଗଦୀପ ରଖିଥିଲେ। ଜଗଦୀପ ଅନେକ ହିଟ୍‍ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ‘ଶୋଲେ’ ଚଳଚ୍ଚିତ୍ରର ‘ସୁରମା ଭୋପାଲୀ’ ଚରିତ୍ର ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇଥିଲେ। ଜଗଦୀପ ପ୍ରାୟ ୪୦୦ ଫିଲ୍ମରେ କାମ କରିଛନ୍ତି। ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତା ସେ ସମୟରେ ବଲିଉଡ଼ରେ ରାଜ୍‍ କରୁଥିଲେ। ଶମୀ କପୁରଙ୍କ ‘ବ୍ରହ୍ମଚାରୀ’ ଚଳଚ୍ଚିତ୍ରରୁ ତାଙ୍କର ହାସ୍ୟ କଳାକାର ହେବାର ଯାତ୍ରା ଆରମ୍ଭ ହୋଇଥିଲା। ‘ଅନ୍ଦାଜ ଆପନା ଆପନା’ ଚଳଚ୍ଚିତ୍ରରେ ସେ ସଲମାନ ଖାନଙ୍କ ପିତା ଚରିତ୍ରରେ ଅଭିନୟ କରିଥିଲେ।

ଜଗଦୀପଙ୍କ ପୁଅ ଜାବେଦ ଜାଫରୀ ଓ ନାବେଦ ଜାଫରୀ ମଧ୍ୟ ମନୋରଞ୍ଜନ ଜଗତରେ ସକ୍ରିୟ ଅଛନ୍ତି। ତାଙ୍କ ନାତି ମୀଜାନ ‘ମଲାଲ’ ଚଳଚ୍ଚିତ୍ର ମାଧ୍ୟମରେ ଗତ ବର୍ଷ ବଲିଉଡ଼ରେ ପାଦ ଥାପିଛନ୍ତି।

ଭାରତୀୟ ସିନେମାରେ ବଳିଷ୍ଠ ତଥା ଉତ୍କୃଷ୍ଟ ଯୋଗଦାନ ପାଇଁ ଗତ ବର୍ଷ ଜଗଦୀପଙ୍କୁ ମୁମ୍ବଇରେ ଅନୁଷ୍ଠିତ ହୋଇଥିବା ଆଇଫା ସମାରୋହରେ ସମ୍ମାନୀତ କରାଯାଇଥିଲା। ବାସ୍ତବରେ ଜଗଦୀପଙ୍କ ବିୟୋଗ ବଲିଉଡ଼ ପାଇଁ ଏକ ଅପୂରଣୀୟ କ୍ଷତି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories