www.samajalive.in
Thursday, December 11, 2025
16.1 C
Bhubaneswar

ଗୁରୁବାର ଇଣ୍ଡିଆ ଗ୍ଲୋବାଲ ସପ୍ତାହ ୨୦୨୦ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ଗ୍ଲୋବାଲ ସପ୍ତାହ ୨୦୨୦ର ଉଦଘାଟନୀ ସମାରୋହକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ । ତିନି ଦିନିଆ ଭର୍ଚୁଆଲ ସମ୍ମିଳନୀର ଶୀର୍ଷକ ‘Be The Revival : India and a Better New World’ ଭାରତ ଗ୍ଲୋବାଲ ସପ୍ତାହ ୨୦୨୦ରେ ୩୦ଟି ଦେଶରୁ ୫୦୦୦ ବିଶ୍ୱସ୍ତରୀୟ ଅଂଶଗ୍ରହଣକାରୀ ଯୋଗଦେବା ସହିତ ୭୫ଟି ଅଧିବେଶନକୁ ୨୫୦ ବିଶ୍ୱସ୍ତରୀୟ ବକ୍ତାମାନେ ସମ୍ବୋଧିତ କରିବେ ।

ଉଚ୍ଚ ଖ୍ୟାତି ସମ୍ପନ୍ନ ବକ୍ତାମାନଙ୍କ ମଧ୍ୟରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, କେନ୍ଦ୍ର ରେଳ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ଜମ୍ମୁ କଶ୍ମୀର ରାଜ୍ୟପାଳ ଜି.ସି.ମୁର୍ମୁ, ଇଶା ଫାଉଣ୍ଡେସନ ପ୍ରତିଷ୍ଠାତା ସଦଗୁରୁ, ଆଧ୍ୟାତ୍ମିକ ନେତା ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ସହ ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ ଏବଂ ଗୃହ ସଚିବ ପ୍ରୀତି ପଟେଲ, ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନ ଜଷ୍ଟର ଏବଂ ଅନ୍ୟମାନେ ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ ।  ଏହି ଅବସରରେ ମଧୁ ନଟରାଜନଙ୍କ ଦ୍ଵାରା ଅଭିନିତ “ଆତ୍ମନିର୍ଭର ଭାରତ” ଏବଂ ତାଙ୍କର ତିନିଜଣ ପ୍ରତିଷ୍ଠିତ ଛାତ୍ରଙ୍କ ଦ୍ୱାରା ସିତାର ବାଦକ ରବି ଶଙ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ ସ୍ୱତନ୍ତ୍ର ଜନ୍ମ ଶତବାର୍ଷିକୀ ସଙ୍ଗୀତ ସମ୍ମିଳନୀ ମଧ୍ୟ ପ୍ରଦର୍ଶିତ ହେବ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories