www.samajalive.in
Wednesday, December 10, 2025
16.1 C
Bhubaneswar

ଆଇଏମଏସ ଆଣ୍ଡ ସମ୍‍ ହସ୍ପିଟାଲରେ ହେବ କୋଭିଡ-୧୯ ଭାଇରସର ଜେନୋମିକ ଗବେଷଣା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍‍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍‍ ହସପିଟାଲରେ କୋଭିଡ-୧୯ ମହାମାରୀର ସଂକ୍ରମଣର ଢ଼ାଂଚାକୁ ଅଧିକ ଗଭୀର ଭାବେ ବୁଝିବା ନିମନ୍ତେ ଗବେଷଣା ଆରମ୍ଭ ହୋଇଛି। କାଉନସିଲ ଅଫ ସାଇନ୍‍ଟିଫିକ୍‍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ସହିତ ମିଳିତ ଭାବେ ଗବେଷଣା କରିବା ନିମନ୍ତେ ଆଇଏମଏସ ଆଣ୍ଡ ସମ୍‍ ହସପିଟାଲ ହାତ ମିଳାଇଛି।

କରୋନା ମହାମାରୀର ପ୍ରଭାବ ଓଡ଼ିଶାରେ ବ୍ୟାପି ଚାଲିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ-୧୯ର ମୋଲିକ୍ୟୁଲାର ଓ ଟ୍ରାନସମିସନ ପ୍ୟାଟର୍ଣ୍ଣ ଜାଣିବା ଏହି ଗବେଷଣାର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଆଇଏମଏସ ଆଣ୍ଡ ସମ୍‍ ହସପିଟାଲର ନିର୍ଦ୍ଦେଶକ (ଗବେଷଣା) ଡ. ଜୟ ଶଂକର ଦାସ।
ଏହି ଜେନମ ସିକ୍ୟୁଏନସିଂ ଏକ ଅତ୍ୟାଧୁନିକ ପ୍ରକ୍ରିୟା ଏବଂ ଅଧିକ ଅନୁସନ୍ଧାନ ପାଇଁ ଉଚ୍ଚ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କର ଆବଶ୍ୟକତା ରହିଥିବା ସେ କହିଛନ୍ତି। ଆଇଏମଏସ ଆଣ୍ଡ ସମ୍‍ ହସପିଟାଲ୍‍କୁ ନିକଟରେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କୋଭିଡ-୧୯ ଭ୍ୟାକସିନର ପରୀକ୍ଷଣ କେନ୍ଦ୍ର ଭାବେ ମନୋନୀତ କରାଯାଇଛି। ଓଡ଼ିଶାରେ ଏହି ପରୀକ୍ଷଣ ନିମନ୍ତେ ଏହା ଏକମାତ୍ର କେନ୍ଦ୍ର।

- Advertisement -

ଏହି ପ୍ରୋଜେକ୍ଟର ଅଗ୍ରଣୀ ପରୀକ୍ଷକ ଥିବା ଡ. ଦାସ କହିଛନ୍ତି ଯେ କୋଭିଡ-୧୯ ଜେନମ୍‍ ଗବେଷଣା ଦ୍ୱାରା ଏହି ଭାଇରସର ସଂକ୍ରମଣର କ୍ଷମତା, ପରିବର୍ତନ ଏବଂ ବିବର୍ତନ ସମ୍ପର୍କରେ ଜାଣିହେବ। ଏଥିସହିତ କେଉଁ ପ୍ରକ୍ରିୟାରେ ଅଧିକ ମାତ୍ରାରେ ସଂକ୍ରମଣର ପରୀକ୍ଷଣ ଏବଂ ଚିହ୍ନଟ କରିହେବ ତାହା ମଧ୍ୟ ଜଣାପଡ଼ିବ।

ଭାରତରେ ୬ ପ୍ରକାରର କରୋନା ଭାଇରସ ମଣିଷ ଶରୀରରେ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ୪ଟି ପ୍ରକାରର ଚିହ୍ନଟ ହୋଇସାରିଛି। ସାମାନ୍ୟ, ମଧ୍ୟମ ଏବଂ ଗମ୍ଭୀର ମାତ୍ରାର କରୋନା ଭାଇରସ ସଂକ୍ରମଣ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ୫୦୦ ଭାଇରାଲ ଜେନମର ପରୀକ୍ଷଣ କରିବାକୁ ହସପିଟାଲ ପ୍ରସ୍ତାବ ଦେଇଥିବା ସେ କହିଛନ୍ତି।
ଏହି ଗବେଷଣା ନିମନ୍ତେ ଆଇଏମଏସ ଆଣ୍ଡ ସମ୍‍ ହସପିଟାଲର ଇନଷ୍ଟିଚ୍ୟୁସନାଲ ଏଥିକ୍ସ କମିଟି ଅନୁମୋଦନ ଦେଇସାରିଛି। କୋଭିଡ-୧୯ ସଂକ୍ରମଣ ଦୃତ ଗତିରେ ବଢ଼ି ଚାଲିଥିବାରୁ ଏଥିପାଇଁ ଦାୟୀ ଥିବା ଜିନ୍‍ ଗୁଡିକୁ କିପରି ଅଲଗା କରାଯାଇପାରିବ ସେ ଦିଗରେ ଆମେ ଚେଷ୍ଟା କରିବୁ। ଏଥି ନିମନ୍ତେ ବହୁଳ ମାତ୍ରାରେ ଜେନମ ଗବେଷଣାର ଆବଶ୍ୟକତା ଅଛି ବୋଲି ଡ. ଦାସ. କହିଛନ୍ତି। ଜେନୋମିକ ପ୍ରବର୍ତନ, ସଂକ୍ରମଣର ଢ଼ାଂଚା ଓ କ୍ଷମତା ଜାଣିବା ସହିତ କିଭଳି ବହୁଳ ମାତ୍ରାରେ କରୋନା ଜନିତ ମୃତ୍ୟୁକୁ ରୋକାଯାଇପାରିବ ସେ ଦିଗରେ ଆମ ଗବେଷଣା ଜାରି ରହିବ ବୋଲି ସେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories