ଘୁଞ୍ଚିଲା ଓଜେଇ ବିଟେକ୍‌ କାଉନ୍‌ସେଲିଂ

0

ଭୁବନେଶ୍ୱର  : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇ ପକ୍ଷରୁ ୨୦୧୮ ଶିକ୍ଷା ବର୍ଷ ପାଇଁ ରାଜ୍ୟର ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ବି.ଟେକ୍‌ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ କାଉନସେଲିଂ ପ୍ରକ୍ରିୟା ଘୁଞ୍ଚାଇ ଦିଆଯାଇଛି। ଆସନ୍ତାକାଲି(ମଙ୍ଗଳବାର) ଜୁନ୍‌ ୧୨ରୁ ଓଜେଇ କାଉନ୍‌ସେଲିଂ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ଓଜେଇ କାଉନ୍‌ସେଲିଂ ଜୁନ୍‌ ୧୮ରୁ୨୭ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀଙ୍କୁ ଓଜେଇ ୱେବ୍‌ସାଇଟ୍‌ www.ojee.nic.inରେ ଅନ୍‌ଲାଇନ୍‌ରେ ନାମପଞ୍ଜୀକରଣ କରିବାକୁ ପଡିବ। ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ସମସ୍ତ ପର୍ଯ୍ୟାୟ କାଉନ୍‌ସେଲିଂରେ ଅଂଶଗ୍ରହଣ କରିପାରିବେ। ଏଥିରେ ସମସ୍ତ ଜେଇଇ ମେନ୍‌ ଽାଙ୍କଧାରୀ ଅଂଶଗ୍ରହଣ କରିପାରିବେ। ଏଥିପାଇଁ ଜେଇଇ ମେନ୍‌ ଽାଙ୍କଧାରୀଙ୍କ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଓଜେଇ ସେକ୍ରେଟାରି ରଞ୍ଜନ କୁମାର ଜେନା ସୂଚନା ଦେଇଛନ୍ତି।

Leave A Reply