www.samajalive.in
Saturday, December 6, 2025
15.1 C
Bhubaneswar

ତେଲ ବୋଝେଇ ଟ୍ରକ୍ ଓଲଟିଲା, ବୋହିନେଲେ ଲୋକେ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଶୁକ୍ରବାର ଏକ ଖାଇବା ତେଲ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି। ଏଥିରେ ହେଲପର ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସକାଳେ ଗାଡ଼ିଟି କଳିଙ୍ଗା ଘାଟିର ଅନ୍ଧାରକୋଟ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଟ୍ରକ୍‌ ତଳେ ଚାପି ହୋଇ ରହିଥିବା ହେଲପରକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି ପୁଲିସ।

- Advertisement -

ଅପରପକ୍ଷରେ ଘଟଣାସ୍ଥଳରେ ଗାଡ଼ି ଓଲଟି ତେଲ ପ୍ୟାକେଟଗୁଡ଼ିକ ବିକ୍ଷିପ୍ତ ହୋଇ ପଡ଼ିଥିବା ବେଳେ ଲୋକେ ତାହାକୁ ବୋହି ନେଇଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories