www.samajalive.in
Saturday, December 6, 2025
23.1 C
Bhubaneswar

ଭାରତ-ପାକ ନିୟନ୍ତ୍ରଣ ରେଖାରେ ଇସଲାମୀୟ ରାଷ୍ଟ୍ର ସଂଘର ପ୍ରତିନିଧି ଦଳ

ଇସଲାମାବାଦ: ଇସଲାମୀୟ ରାଷ୍ଟ୍ରସମୂହ ସହଯୋଗ ସଂଗଠନ (ଓଆଇସି)ର ଏକ ପ୍ରତିନିଧି ଦଳ ବୁଧବାର ଦିନ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାକୁ (ଏଲଓସି) ଗସ୍ତ କରିଛନ୍ତି । ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀଗଣ ସେମାନଙ୍କ ସହିତ ନିୟନ୍ତ୍ରଣ ରେଖା ନିକଟକୁ ଯାଇ ସେଠାକାର ପରିସ୍ଥିତି ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ । ସୂଚନାଯୋଗ୍ୟ ଯେ ଅତୀତରେ ଭାରତ ଏକାଧିକ ଥର ଓଆଇସିକୁ ପାକିସ୍ତାନର ଏଭଳି ନ୍ୟସ୍ତସ୍ୱାର୍ଥ କଥାରେ ଭଳିଯାଇ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବାକୁ କହିଥିଲା । ଗତ ଅଗଷ୍ଟରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ଏହି ପ୍ରସଙ୍ଗକୁ ନେଇ ଓଆଇସି କିଛି ମନ୍ତବ୍ୟ ଦେବାର ଅଧିକାର ରଖୁନାହିଁ । ଏଥିସହିତ ଓଆଇସିର ସଚିବାଳୟ ପାକିସ୍ତାନର ମନଗଢା କଥାରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାରୁ ବିରତ ରହିବା ଉଚିତ । ତାହାସହିତ ଜମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା, ରହିଛି ଏବଂ ରହିବ; ଏହି ବାସ୍ତବତାକୁ ପାକିସ୍ତାନ ଗ୍ରହଣ କରିନେବା ଦରକାର ବୋଲି ନୂଆଦିଲ୍ଲୀ ବାରମ୍ବାର କହିଆସିଛି । ସୂଚନାଯୋଗ୍ୟ ଯେ ପାକିସ୍ତାନର ଆମନ୍ତ୍ରଣକ୍ରମେ ଓଆଇସିର ଏହି ପ୍ରତିନିଧି ଦଳ ସେହି ଦେଶ ଗସ୍ତ କରୁଛନ୍ତି । ସେମାନେ ସପ୍ତାହବ୍ୟାପୀ ପାକିସ୍ତାନ ଗସ୍ତରେ ଆସି ରବିବାର ଇସଲାମାବାଦରେ ପହଞ୍ଚିଥିଲେ । ଏହି ପ୍ରତିନିଧି ଦଳରେ ଓଆଇସିର କାଶ୍ମୀର ପାଇଁ ଥିବା ସ୍ୱତନ୍ତ୍ର ପ୍ରତିନିଧି ୟୁସଫ ଆଲଦୋବେ, ଓଆଇସି ସହକାରୀ ମହାସଚିବ ତାରିକ ଅଲି ବଖିତ ଏବଂ ସାଉଦି ଆରବ, ମରକ୍କୋ, ସୁଡାନ, ମାଳଦ୍ୱୀପର ବରିଷ୍ଠ କୂଟନୀତିଜ୍ଞ ଅନ୍ତର୍ଭୁକ୍ତ । ସେମାନେ ନିୟନ୍ତ୍ରଣ ରେଖାର ପାକିସ୍ତାନ ପଟେ ଥିବା ଚିରିକୋଟ ଗସ୍ତ କରିଥିଲେ । ସେଠାରେ ପାକିସ୍ତାନ ସାମରିକ ଅଧିକାରୀମାନେ ସେମାନଙ୍କୁ ସେଠାକାର ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories