ମାରିଦେଲେ ୨୯ ବିଦେଶାଗତ ପକ୍ଷୀ, ଶିକାରୀ ଗିରଫ
ଖୋର୍ଦ୍ଧା: ଚିଲିକାରେ ୨୯ ମୃତ ବିଦେଶାଗତ ପକ୍ଷୀ ଉଦ୍ଧାର ସହ ଶିକାରୀକୁ ଗିରଫ କରାଯାଇଛି । ଚିଲିକା ବାଲିନାସୀ କୂଳରୁ ବିଦେଶାଗତ ପକ୍ଷୀ ଶିକାରୀ ଗିରଫ ହୋଇଛି। ସେ ବ୍ୟବହାର କରୁଥିବା ବାଇକ, ମୋବାଇଲ ସହ ବାଇନାକୁଲାର ମଧ୍ୟ ପୁଲିସ ଜବତ କରିଛି। ଚିଲିକାରେ ୨୯ ବିଦେଶାଗତ ମୃତ ପକ୍ଷୀ ଉଦ୍ଧାର କରାଯିବ ଘଟଣା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।
ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟମାନଙ୍କରେ ଦେଖାଯାଇଥାନ୍ତି। ଏହି ଜଳାଶୟକୁ ସୁଦ୍ଧା ୪ ଲକ୍ଷ ୯୪ ହଜାର ଅଧିକ ବିଦେଶାଗତ ପକ୍ଷୀମାନଙ୍କର ଆଗମନ ହୋଇଛି। ତନ୍ମଧ୍ୟରୁ କେବଳ ଚିଲିକା (ନଳବଣ) ଅଭୟାରଣ୍ୟରେ ୨ ଲକ୍ଷ ୧୭ ହଜାର ୧୭୦ ଗୋଟି ବିଦେଶାଗତ ପକ୍ଷୀଙ୍କ ଆଗମନ ଆକଳନ କରାଯାଇଛି।
ଶୀତ ଋତୁର ଆରମ୍ଭରେ ଓଡିଶାର ପ୍ରମୁଖ ଜଳାଶୟ ମାନଙ୍କରେ ବିଦେଶାଗତ ପକ୍ଷୀମାନଙ୍କର ସମାଗମ ଆରମ୍ଭ ହୋଇଥାଏ । ତନ୍ମଧ୍ୟରୁ ବିଶେଷ ଭାବରେ ଚିଲିକା, ଭିତରକନିକା ଏବଂ ହିରାକୁଦ ଜଳ ଭଣ୍ଡାରରେ ପ୍ରତିବର୍ଷ ବିଦେଶାଗତ ପକ୍ଷୀମାନଙ୍କର ବହୁଳ ସମାଗମ ଦେଖିବାକୁ ମିଳିଥାଏ।
Comments are closed.