www.samajalive.in
Friday, December 12, 2025
16.1 C
Bhubaneswar

ସବୁ ସ୍ଲାବରେ ବିଦ୍ୟୁତ ଦର ୟୁନିଟ୍ ପିଛା ବଢ଼ିଲା ୩୦ ପଇସା

ଭୁବନେଶ୍ୱର: ସବୁ ସ୍ଲାବରେ ବିଦ୍ୟୁତ ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ହୋଇଛି। ଅପ୍ରିଲ୍‌ ୪ରୁ ରାଜ୍ୟରେ ବଢ଼ିବ ବିଦ୍ୟୁତ ଦର। ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କୁ ଆଜି ଝଟକା ଦେଇଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆର୍‌ସି)। ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ଓଇଆର୍‌ସି ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଓଇଆର୍‌ସି ପକ୍ଷରୁ ମଞ୍ଜୁରୀପ୍ରାପ୍ତ ନୂଆ ବିଦ୍ୟୁତ୍‌ ଦର କିଲୋୱାଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି। ଏଣିକି ପ୍ରଥମ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ୍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫୧ରୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ୪.୮୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୧ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ୫.୮୦ ଟଙ୍କା ଏବଂ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬.୨୦ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ବର୍ଦ୍ଧିତ ଶୁଳ୍କ ଏପ୍ରିଲ୍ ୪ ତାରିଖରୁ ଲାଗୁ କରାଯିବ ବୋଲି ଓଇଆର୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ବିପିଏଲ୍ ଓ ଜଳସେଚିତ ବିଦ୍ୟୁତ୍‌ ଗ୍ରାହକଙ୍କ ପାଇଁ ଟାରିଫ ପୂର୍ବପରି ଅପରିବର୍ତ୍ତିତ ରହିଛି। ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ୍ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ୨% ରିହାତି କରାଯାଇଛି। ସେହିପରି ଡିଜିଟାଲରେ ପେମେଣ୍ଟ କଲେ ଉଭୟ ଘରୋଇ ଓ ସିଙ୍ଗଲ ଫେଜ୍ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ରିହାତି ମିଳିବ। ଅର୍ଥାତ ସମସ୍ତ ପ୍ରି-ପେଡ୍ ଉପଭୋକ୍ତାଙ୍କୁ ମଧ୍ୟ ୨% ରିହାତି ପ୍ରଦାନ କରାଯିବ। ଟ୍ରାନ୍ସମିସନ ଟାରିଫ ୟୁନିଟ ପିଛା ୩ ପଇସାକୁ ବୃଦ୍ଧି। ପୂର୍ବରୁ ୨୫ ପଇସା ଥିଲା, ଯାହା ଏବେ ୨୮ ପଇସା ହେବ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ଘରୋଇ ଉପଭୋକ୍ତାଙ୍କ ଲାଗି ବିଦ୍ୟୁତ ଦର ୫୦ ୟୁନିଟ୍ ପର୍ଯ୍ୟନ୍ତ ୨ ଟଙ୍କା ୭୦, ୫୧ରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଦର ୪ ଟଙ୍କା ୫୦ ପଇସା, ୨୦୧ ରୁ ୪ଶହ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଦର ୫ଟଙ୍କା ୫୦ ପଇସା ରହିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories