www.samajalive.in
Thursday, December 11, 2025
26.1 C
Bhubaneswar

ଆସାମ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ : ଆସାମରେ ୭୨.୩୦ ଓ ପଶ୍ଚିମବଙ୍ଗରେ ୭୯.୭୯ % ମତଦାନ

ଗୁଆହାଟୀ/ କଲକତା :  ଆସାମ ଓ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଏଥିରେ ବହୁ ସଂଖ୍ୟାରେ ଭୋଟରମାନେ ମତଦାନ କରିଥିବାର ରିପୋର୍ଟ ମିଳିଛି। ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଆସାମରେ ୭୨.୩୦ ପ୍ରତିଶତ ମତଦାନ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୭୯.୭୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି।
ମତଦାନ ଆରମ୍ଭରୁ ଭୋଟରମାନେ ଭୋଟଗ୍ରହଣ କେନ୍ଦ୍ର ଗୁଡ଼ିକରେ ଲମ୍ବା ଧାଡ଼ିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା।
ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରତ୍ୟେକ ଭୋଟ୍‍ ଗ୍ରହଣ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍‍ ଭୋଟିଙ୍ଗ୍‍ ମେସିନ୍‍ ସହିତ ଭି.ଭି. ପାଟ୍‍ ର ବ୍ୟବହାର କରାଯାଉଛି। ଆସାମରେ ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ୬ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ଚାଲିଥିଲା। ଚୁଡାନ୍ତ ମତଦାନ ହାର ଆସନ୍ତାକାଲି ସକାଳ ସୁଦ୍ଧା ଜଣାପଡିବ।

 

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories