www.samajalive.in
Wednesday, December 10, 2025
18.1 C
Bhubaneswar

୪ ହାଇୱେ ଲୁଟେରା ଗିରଫ ଖଣ୍ଡା ଜବତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ଲୁଟ୍‍ ପାଇଁ ଯୋଜନା କରୁଥିବା ୪ଜଣ ହାଇୱେ ଲୁଟେରାଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପିପିଲି ଥାନା ଅନ୍ତର୍ଗତ ହରିଅନ୍ତା ଗ୍ରାମର ରାକେଶ ସ୍ୱାଇଁ (୨୪), କୃଷ୍ଣପୁର ଗ୍ରାମର ପବିତ୍ର କୁମାର ବେହେରା (୨୧) ଓ ବଳଙ୍ଗା ଥାନା ଅର୍ନ୍ତଗତ ଶମ୍ଭୁଭାରତୀପାଟଣା ଗ୍ରାମର ଦୁଇଭାଇ ଜଗନ୍ନାଥ ସାହୁ (୨୨) ଓ ବଳରାମ ସାହୁ (୨୧)। ସମସ୍ତ ଅଭିଯୁକ୍ତଙ୍କୁ ଆଜି ପିପିଲି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ରାକେଶ ଓ ପବିତ୍ର ନାମରେ ପିପିଲି ଥାନାରେ ପୂର୍ବରୁ ୨ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ଜଗନ୍ନାଥ ଓ ବଳରାମଙ୍କ ନାମରେ ବଳଙ୍ଗା ଥାନାରେ ୬ଟି ମାମଲା ରହିଥିବା ପୁଲିସ ସୂଚନା ଦେଇଛି।ସୂଚନା ଅନୁସାରେ, ପିପିଲି ଥାନାର ଏସ୍‍ଆଇ ସନ୍ଦୀପ କୁମାର ଦାସ ଅନ୍ୟ କର୍ମଚାରୀଙ୍କ ସହ ଗତକାଲି ରାତି ଗୋଟାଏ ସମୟରେ ରାତ୍ର ପେଟ୍ରୋଲିଂ କରୁଥିବା ବେଳେ ହାଇୱେ ଲୁଟ୍‍ ପାଇଁ ଯୋଜନା କରାଯାଉଥିବା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ସେ ତତ୍‍କ୍ଷଣାତ୍‍ ପୁଲିସ ଟିମ୍‍ ସହ ପିପିଲି ବାଇପାସ ରାସ୍ତାର ତରାକାଜ ଓଭରବ୍ରିଜ୍‍ ନିକଟରେ ପହଞ୍ଚିଥିଲେ। ସେଠାରେ ୬ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ଅନ୍ଧାରରେ ବସିଥିବା ଦେଖି ପୁଲିସ ଚଢାଉ କରିବା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ପୁଲିସ ଉପରକୁ ଏକ ବୋମା ଫୋପାଡି ଥିଲା। ତେବେ ବୋମାଟି ତଳେ ପଡ଼ି ଫୁଟି ଯାଇଥିଲା ଓ ସୌଭାଗ୍ୟବସତଃ ଏଥିରେ କୌଣସି ପୁଲିସ କର୍ମଚାରୀଙ୍କର କିଛି କ୍ଷତି ଘଟିନଥିଲା। ପୁଲିସ ସେମାନଙ୍କ ମଧ୍ୟରୁ ଉପରୋକ୍ତ ୪ଜଣଙ୍କୁ ଗୋଡାଇ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସେଠାରୁ ଖସି ପଳାଇଥିଲେ। ସେମାନଙ୍କ ନିକଟରୁ ଏକ ଖଣ୍ଡା, ଲୁହା ରଡ୍‍, ଖାଲି ମଦବୋତଲ ଓ ଫୁଟା ବୋମାର ଅଂଶବିଶେଷକୁ ପୁଲିସ ଜବତ କରିଛି। ଏନେଇ ଏସ୍‍ଆଇ ଶ୍ରୀଦାସଙ୍କ ଲିଖିତ ଅଭିଯୋଗ ଅନୁଯାଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଘଟଣାର ତଦନ୍ତଭାର ନେଇଥିବା ସଂପର୍କରେ ଏସ୍‍ଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି। ଫେରାର୍‍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories