ଉନ୍ନତ ବିହନ ଓ ଜୈବିକ ସାର ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଟିଟ୍ରାପଙ୍ଗା ଗ୍ରାମରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ତରଫରୁ ଖରିଫ୍ ଫସଲ ବିହନ ବଣ୍ଟନ କରାଯାଇଛି । ଜୀବିକା ବିଶେଷଜ୍ଞ ଶ୍ରୀପତି ପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗେଲି ମାଟିମା କ୍ଲଷ୍ଟରର କୁଡ଼ାପଡ଼ା ଓ ଟିଟ୍ରା ପଙ୍ଗା ଗ୍ରାମର ୪୦ ଜଣଙ୍କୁ ବାସ୍ନା ଧାନ, ୬୨ ଜଣଙ୍କୁ ବିନିସ, ୫୭ ଜଣଙ୍କୁ ମିଠା ମକା ବଣ୍ଟନ କରାଯାଇଥିଲା। ଜୈବିକ ଖତ ଓ ରୋଗପୋକ ପାଇଁ ନିମ୍ବ ତେଲ ଦିଆଯାଇଥିଲା। ଏଥିରେ ଚାଷୀ ମାନଙ୍କୁ ଏସ୍ ଏସ ଏମ୍ ଏସ୍ ଶୁଭଶ୍ରୀ ମହାନ୍ତି ଚାଷ କରିବା ପ୍ରକିୟା ସହିତ ଔଷଧ ପ୍ରୟୋଗ ସବିଶେଷ ବିବରଣୀ ସମ୍ବନ୍ଧରେ କହିଥିଲେ।

Comments are closed.