www.samajalive.in
Thursday, December 11, 2025
18.1 C
Bhubaneswar

ଟିଟିଲାଗଡ଼ରେ ଡହଡହ ତାତି, ୧୪ଟି ସ୍ଥାନରେ ୪୦ ଟପିଲା ତାପମାତ୍ରା

ଭୁବନେଶ୍ବର: ଦିନକୁ ଦିନ ଖରା ତାତି ଟାଣ ହେବାରେ ଲାଗିଛି। ପାରଦ ବଢ଼ିବାରେ ଲାଗିଛି ଆଉ ଆଗକୁ ମଧ୍ୟ ଅନୁରୂପ ସ୍ଥିତି ବଳବତ୍ତର ରହିବ। ରବିବାର ରାଜ୍ୟର ୧୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଟିଟିଲାଗଡ଼ରେ ଆଜି ସର୍ବାଧିକ ୪୫.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ପରିସ୍ଥିତିକୁ ଦେଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୯ ତାରିଖ ଯାଏଁ ୧୦ ଜିଲା ପାଇଁ ହିଟ୍‌ୱେଭ୍ ସତର୍କ ସୂଚନା ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଅସୁସ୍ଥ,ଛୋଟ ପିଲା, ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି।

ଗତ କାଲି ଟିଟିଲାଗଡ଼ ପରେ ବଲାଙ୍ଗୀର ଓ ଭବାନୀପାଟଣାରେ ୪୪ ଡିଗ୍ରୀ, ତାଳଚେରରେ ୪୩.୩ ଡିଗ୍ରୀ, ମାଲକାନଗିରିରେ ୪୩.୧ ଡିଗ୍ରୀ, ସୋନପୁରରେ ୪୩ ଡିଗ୍ରୀ, ଅନୁଗୋଳରେ ୪୨.୫ ଡିଗ୍ରୀ, ସମ୍ବଲପୁର ଓ ପାରଳାଖେମୁଣ୍ଡିରେ ୪୨.୨ ଡିଗ୍ରୀ, ହୀରାକୁଦରେ ୪୧.୯ ଡିଗ୍ରୀ, ଫୁଲବାଣୀ ଓ ବୌଦ୍ଧରେ ୪୧.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨୫ ଓ ୨୬ ତାରିଖରେ ଗ୍ରୀଷ୍ମ ପ୍ରବାହ ସହ୍ୟ କରିହେବ। ତେବେ ୨୭ରୁ ୨୯ ତାରିଖ ପର୍ୟ୍ୟନ୍ତ ଅସହ୍ୟ ତାତି ହେବାର ସମ୍ଭାବନା ଥିବାରୁ ବିଭିନ୍ନ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆଇଏମ୍‌ଡିର ରିପୋର୍ଟ ଆଧାରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସ୍‌ଆରସି ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏସ୍‌ଆରସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ ପ୍ରତ୍ୟେକ ଅଞ୍ଚଳରେ ପାନୀୟ ଜଳର ଉପଲବ୍ଧତା ଜିଲା ପ୍ରଶାସନ ସୁନିଶ୍ଚିତ କରିବେ। ନଳକୂପ ଓ ପାଣି ପାଇପ୍ ଲାଇନ୍ ମରାମତି କରି ସେଗୁଡ଼ିକୁ ସଚଳ କରିବା ପାଇଁ କୁହାଯାଇଛି। ବିଭିନ୍ନ ଡିସପେନସାରୀ, ମେଡିକାଲରେ ଅଂଶୁଘାତ ରୋଗୀଙ୍କ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିବାକୁ କୁହାଯାଇଛି। ଶ୍ରମିକମାନେ କେଉଁ ସମୟରେ କାର୍ୟ୍ୟ କରିବେ, ସେନେଇ ଜିଲାପାଳମାନେ ଗାଇଡଲାଇନ ଜାରି କରିବାକୁ ଏସ୍‌ଆରସି କହିଛନ୍ତି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ

- Advertisement -

ପଶୁପାଳକ କହିଛନ୍ତି, ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲାରେ ତାତି ବଢ଼ୁଛି। ଏବେ ଦେଶର ପ୍ରମୁଖ ଉତ୍ତପ୍ତ ରାଜ୍ୟ ଭିତରେ ଓଡ଼ିଶା ରହିଛି। ଆଜିଠାରୁ ରାଜ୍ୟରେ ଗରମ ଜାରି ରହିବ। ତେବେ ପୁରୀ, ନୟାଗଡ଼, କଟକ, ଢ଼େଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀରରେ ତାପମାତ୍ରା କାଲିଠାରୁ କିଛିଟା ବୃଦ୍ଧି ପାଇବ। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ତାତି ୧ ଡିଗ୍ରୀ ବଢ଼ିବ। ୨୬ ଓ ୨୭ ତାରିଖରେ ବଲାଙ୍ଗୀର, କଳାହାଣ୍ଡି ଓ ମାଲକାନଗିରିରେ ତାପମାତ୍ରା କିଛିଟା କମିବ। ତେବେ ସମଗ୍ର ଉତ୍ତର ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ। ୨୮ ତାରିଖ ଦିନ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ବଢ଼ିବ। ୨୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ୨ ଡିଗ୍ରୀ ପର୍ୟ୍ୟନ୍ତ କମିବାର ସମ୍ଭାବନା ଥିଲେ ସୁଦ୍ଧା ପାରଦ ୪୦ ଡିଗ୍ରୀ ଉପରେ ରହିବ। ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବାର ସମ୍ଭାବନା ଅଛି ବୋଲି ପ୍ରପେସର ପଶୁପାଳକ କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories