www.samajalive.in
Thursday, December 11, 2025
18.1 C
Bhubaneswar

ପୂର୍ବତନ ଡିଜିଙ୍କ ପରେ ମନ୍ତ୍ରୀଙ୍କ ଇ-ମେଲ୍‌ ହ୍ୟାକ୍‌

ଭୁବନେଶ୍ବର: ପୂର୍ବତନ ଡିଜିଙ୍କ ଇ-ମେଲ୍‌ ହ୍ୟାକ୍‌ ହେବା ଘଟଣା ସମ୍ପର୍କରେ କମିସନରେଟ୍‌ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ କମିସନରେଟ୍‌ ପୁଲିସ ପାଖରେ ଆଉ ଏକ ସମାନ ଅଭିଯୋଗ ପହଞ୍ଚିଛି। ଜଣେ ପୂର୍ବତନ ଟାଣୁଆ ମନ୍ତ୍ରୀଙ୍କ ଇ-ମେଲ୍‌ ହାକିଂ ହୋଇଥିବା ଜଣାପଡିଛି। ଏନେଇ ପୂର୍ବତନ ମନ୍ତ୍ରୀ ଲିଖିତ ଭାବେ ଅଭିଯୋଗ କରି ନ ଥିଲେ ମଧ୍ୟ ଟେଲିଫୋନ୍‌ ଯୋଗେ ବରିଷ୍ଠ ଅଧିକାରୀଙ୍କୁ ଜଣାଇଛନ୍ତି। ରାଜଧାନୀରେ ଇ-ମେଲ୍‌ ହାକିଂ ନେଇ ଦୁଇଟି ଘଟଣା ଆସିବା ପରେ ଏବେ ସାଇବର ଅପରାଧୀମାନେ ଅଧିକ ସକ୍ରିୟ ହୋଇପଡିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବତନ ଡିଜି ବି ବି ମିଶ୍ରଙ୍କ ଇ-ମେଲ୍‌ ହାକରମାନେ ଯଦିଓ ତାଙ୍କୁ ଟଙ୍କା ମାଗିଥିଲେ ତେବେ ଏହାର କୌଣସି ଦୁରୁପଯୋଗ କରି ନ ଥିବା ଜଣାପଡିଛି। ସେ ଏହା ମଧ୍ୟରେ ତାଙ୍କ ପାସ୍‌ୱର୍ଡ ପରିବର୍ତ୍ତନ କରିଦେଇଛନ୍ତି। ତଥାପି ଏହି ଘଟଣାର ତଦନ୍ତ ଚାଲିିଥିବା ନୂଆପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ‘ୟାହୁ’ ନିକଟକୁ ଖୁବ୍‌ଶୀଘ୍ର ପତ୍ର ଲେଖାଯିବ ବୋଲି ଜଣାପଡିଛି।

କୋଭିଡ-୧୯ ସମୟରେ ସାଇବର ଅପରାଧୀମାନେ ବିଭିନ୍ନ ଉପାୟରେ ଅନ୍‌ଲାଇନ୍‌ ଠକେଇ କରିବାର ବିଭିନ୍ନ ବିକଳ୍ପ ଖୋଜିବାରେ ଲାଗିଛନ୍ତି। ଜାଲ୍‌ ୱେବ୍‌ସାଇଟ୍‌ ମାଧ୍ୟମରେ ମେଡିକାଲ୍‌ ଉପକରଣ ଶସ୍ତାରେ ବିକ୍ରି କରିବା ଲାଗି ବିଜ୍ଞାପନ ଦେଇ ଆନ୍ତର୍ଜାତିକ ବଜାରରେ ଶତାଧିକ ଠକେଇ ଘଟଣା ପଦାକୁ ଆସିବା ପରେ ଇଣ୍ଟରପୋଲ୍‌ ଏନେଇ ସିବିଆଇକୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲା।

- Advertisement -

ସେହିପରି କେତେକ ସାଇବର ଅପରାଧ ଭାରତ ସରକାରଙ୍କ ଆରୋଗ୍ୟା ସେତୁର ଲିଙ୍କ୍‌ ଇ-ମେଲ୍‌, ହ୍ବାଟସ୍‌ଆପ୍‌ ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଲିଙ୍କ୍‌ ପଠାଇ ମୋବାଇଲ୍‌ ଫୋନ୍‌କୁ ହାକିଂ କରୁଛନ୍ତି। ଏହି ଲିଙ୍କ୍‌ ମାଧ୍ୟମରେ ଆରୋଗ୍ୟ ସେତୁର ଡାଉନ୍‌ଲୋଡ କରିବା ବେଳେ କେତେକ ତଥ୍ୟ ଦେବାକୁ ହୋଇଥାଏ। ଯାହାକୁ ସାଇବର ଅପରାଧୀମାନେ ଚୋରି କରି ପରବର୍ତ୍ତୀ ସମୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଆକାଉଣ୍ଟ୍‌ରୁ ଟଙ୍କା ଗାଏବ୍‌ କରିଥାନ୍ତି। ଏଭଳି ଘଟଣା ବାରମ୍ବାର ପଦାକୁ ଆସିବା ପରେ ନିକଟରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମଧ୍ୟ କେତେକ ସତର୍କତା ସମ୍ପର୍କରେ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା। ପ୍ରତ୍ୟେକ ପାସ୍‌ୱର୍ଡକୁ ନିୟମିତ ଅନ୍ତରରେ ବଦଳାଇବା, ଏହାକୁ କଦାପି ଲିଖିତ ଭାବେ ମୋବାଇଲ୍‌ରେ ରଖିବା, କୌଣସି ଲିଙ୍କ୍ ଉପରେ କ୍ଲିକ୍‌ ନ କରିବା, ନିଜ ନାମକକୁ ବ୍ୟବହାର କରି ପାସ୍‌ୱର୍ଡ ନ କରିବା, କାହାରିକୁ ପାସ୍‌ୱର୍ଡ ନ ଦେବା ଭଳି କେତେକ ସତର୍କତା କରିବା ଦରକାର ବୋଲି ଜଣେ ସାଇବର ବିଶେଷଜ୍ଞ ମତ ଦେଇଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories