www.samajalive.in
Sunday, December 14, 2025
23.1 C
Bhubaneswar

ରାଜ୍ୟ ଆର୍ଥିକ ବ୍ୟୟର ଗୁଣବତ୍ତାକୁ ବଜାୟ ରଖିବା ଉପରେ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ପ୍ରଧାନ ମହାଲେଖାଗାର ଓ ଅର୍ଥ ବିଭାଗର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଟ୍ରେଜେରୀ ଅଫିସର ସମ୍ମଳନୀକୁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ଆର୍ଥିକ ବ୍ୟୟର ଗୁଣବତ୍ତାକୁ ବଜାୟ ରଖିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ଦେବ ପରାମର୍ଶ ଦେଇଥିଲେ। ମଧୁସୂଦନ ଦାସ ଆଞ୍ଚଳିକ ପ୍ରତିଷ୍ଠାନରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ କୋଷାଗାର ଓ ପ୍ରଧାନ ମହାଲେଖାଗାର କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମନ୍ୱୟ ରକ୍ଷା ଓ ଇ-ଭାଉଚର ପ୍ରଚଳନ ଉପରେ ମୁଖ୍ୟତଃ ଆଲୋକପାତ କରାଯାଇଥିଲା। ପ୍ରାରମ୍ଭରେ ପ୍ରଧାନ ଲେଖାକାର ଅନନ୍ତ କିଶୋର ବେହେରା ସେବାନିବୃତ୍ତ ସରକାରୀ କର୍ମଚାରୀଙ୍କର ପେନ୍‌ସନ୍‌ ଏବଂ ଭବିଷ୍ୟନିଧି ପ୍ରାପ୍ୟକୁ ତ୍ୱରିତ କରିବାକୁ ଏବଂ ରାଜ୍ୟର ହିସାବ ଟ୍ରେଜେରୀ ମାଧ୍ୟମରେ ମହାଲେଖାଗାର କାର୍ଯ୍ୟାଳୟକୁ ଦୈନିକ ପ୍ରେରଣ କରିବାକୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ କୋଷାଗାର ନିର୍ଦ୍ଦେଶକ ରୂପ ନାରାୟଣ ଦାଶ ଇ-ଭାଉଚରକୁ ଏଜି ଅଫିସକୁ ଶୃଙ୍ଖଳିତ ଭାବରେ ପ୍ରଦାନ କରିବାର ବିଭିନ୍ନ ପ୍ର୍ରକି୍ରୟା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
ପ୍ରଧାନ ମହାଲେଖାକାର ରାଜକୁମାର ତାଙ୍କ ବକ୍ତବ୍ୟରେ ଏଜି ଅଫିସ ଓ ରାଜ୍ୟ କୋଷାଗାରର ବିଭିନ୍ନ କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ ଉପରେ ଦୃଷ୍ଟିପାତ କରିଥିଲେ। ଏହି ସଭାରେ ବରିଷ୍ଠ ଉପମହାଲେଖାକାର ଶ୍ରୀରାଜ ଅଶୋକ ସ୍ୱାଗତ ଭାଷଣ ଦେଇ ସରକାରୀ ଅର୍ଥ କାରବାରର ଶୃଙ୍ଖଳିତ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories