www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟରେ ଟ୍ରକ ଟର୍ମିନାଲ ପ୍ରତିଷ୍ଠା ଲାଗି ସରକାରୀ ଅଧିକାରୀଙ୍କୁ ପଠାଯିବ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର

ଭୁବନେଶ୍ୱର: ରାଜ୍ୟ ମଧ୍ୟ ଦେଇ ଚଳାଚଳ କରୁଥିବା ବିଭିନ୍ନ ରାଜ୍ୟର ଟ୍ରକ ପାଇଁ ୧୨ଟି ଜିଲାରେ ସରକାରୀ ସ୍ତରରେ ଟ୍ରକ ଟର୍ମିନାଲ ନିର୍ମାଣ କରାଯିବ। ଏଠାରେ ଟ୍ରକ ଚାଳକ ବିଶ୍ରାମ ନେବା ଲାଗି ସବୁ ପ୍ରକାର ସୁବିଧା ଉପଲବ୍ଧ କରାଯିବ। ତେବେ ରାଜ୍ୟରେ ସମ୍ପ୍ରତି କିଛି ସ୍ଥାନରେ ଟ୍ରକ ଟର୍ମିନାଲ ରହିଥିଲେ ବି ସେଠାରେ ସମସ୍ତ ପ୍ରକାର ସୁବିଧା ସୁ‌େ‌ଯାଗ ଉପଲବ୍ଧ ହେଉନାହିଁ। ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଏକ ଅତ୍ୟାଧୁନିକ ଟ୍ରକ ଟର୍ମିନାଲ ନିର୍ମାଣ ପାଇଁଯୋଜନା ହୋଇଥିଲେ ମଧ୍ୟ ତାହା ଏବେ ଫାଇଲ ତଳେ ରହିଯାଇଛି। ତେବେ ରାଜ୍ୟର ୧୨ଟି ଜିଲାରେ ସରକାରୀ ସ୍ତରରେ ଟ୍ରକ ଟର୍ମିନାଲ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଛି। ପରିବହନ କ୍ଷେତ୍ରରେ ଅଭିଜ୍ଞତା ଥିବା ଦୁଇଟି ପରାମର୍ଶଦାତା ସଂସ୍ଥା (କନସଲଟାନ୍ସି)କୁ ଏଥିପାଇଁ ନି‌େ‌ୟାଜିତ କରାଯିବ।
ରାଜ୍ୟରେ ଟ୍ରକ ଟର୍ମିନାଲ ପ୍ରତିଷ୍ଠା ଲାଗି ସରକାରୀ ଅଧିକାରୀଙ୍କୁ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ପଠାଯିବ। ଏହି ଅଧିକାରୀମାନେ ସେଠାରେ ଥିବା ଟ୍ରକ ଟର୍ମିନାଲ ପ୍ରକଳ୍ପ ଓ ଏହାର କାର୍ଯ୍ୟକାରିତା ଏବଂ ପରିଚାଳନା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ବିବରଣୀ ଦାଖଲ କରିେବ। ସେହିପରି ନିୟୋଜିତ ହେବାକୁ ଥିବା ପରାମର୍ଶଦାତା ସଂସ୍ଥା ବୈଷୟିକ ସହାୟତା ପ୍ରଦାନକାରୀ ଭାବେ କାର୍ଯ୍ୟ କରିବେ। ସେମାନେ ୧୨ଟି ଜିଲାରେ ହେବାକୁ ଥିବା ଟ୍ରକ ଟର୍ମିନାଲ ଲାଗି ଉପଯୁକ୍ତ ସ୍ଥାନ, ବିଡ୍‌ ପରିଚାଳନା, ସମ୍ପୂର୍ଣ୍ଣ ପ୍ରକଳ୍ପ ବିବରଣୀ, ପ୍ରକଳ୍ପ କାର୍ଯ୍ୟକାରୀ ଦିଗରେ ସହାୟତା ପ୍ରଦାନ କରିବେ। ଅର୍ଥ ବିଭାଗ ନିୟମାନୁସାରେ ସମ୍ପୃକ୍ତ ସଂସ୍ଥାକୁ ଏହି କାର୍ଯ୍ୟରେ ନିୟୋଜିତ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ ଆୟୁକ୍ତଙ୍କୁ ନିର୍ଦେଶ ଦିଆଯାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories