www.samajalive.in
Sunday, December 7, 2025
23.1 C
Bhubaneswar

ଚଣ୍ଡିଗଡ଼କୁ ହରାଇ ସେମିରେ ଓଡ଼ିଶା

କଟକ  : ପଞ୍ଜାବର ଅମୃତସରରେ ଚାଲିଥିବା ଜାତୀୟ ବରିଷ୍ଠ ମହିଳା ଫୁଟବଲ ଚମ୍ପିଆନସିପ୍‌ ଫାଇନାଲ ରାଉଣ୍ଡର ସେମିଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଶୁକ୍ରବାର ଗ୍ରୁପ-ଏ ର ଶେଷ ମ୍ୟାଚରେ ଓଡ଼ିଶା ସତ୍ୟବତୀ ଖାଡ଼ିଆଙ୍କ ୨ଟି ଗୋଲ୍‌ ବଳରେ ୨-୦ ଗୋଲରେ ଚଣ୍ଡିଗଡ଼କୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ୨୭ ମିନିଟ୍‌ରେ ସତ୍ୟବତୀ ଖାଡ଼ିଆ ପ୍ରଥମ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଓଡ଼ିଶା ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ତଥା ୮୭ ମିନିଟ୍‌ରେ ଓଡ଼ିଶା ପକ୍ଷରୁ ସତ୍ୟବତୀ ଖାଡ଼ିଆ ଦ୍ବିତୀୟ ଗୋଲ ଦେଇ ଦଳକୁ ୨-୦ରେ ବିଜୟୀ କରାଇଥିଲେ। ଓଡ଼ିଶା ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇ ସେମିଫାଇନାଲରେ ପହଞ୍ଚିଛି। ଓଡ଼ିଶା ପ୍ରଥମ ମ୍ୟାଚରେ ୨-୦ ଗୋଲରେ ଝାଡଖଣ୍ଡକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ୦-୩ ଗୋଲରେ ତାମିଲନାଡୁ ନିକଟରୁ ପରାଜିତ ହୋଇଥିଲା। ୩ୟ ମ୍ୟାଚରେ ୫-୦ ଗୋଲରେ ପଞ୍ଜାବକୁ ଓ ୪ର୍ଥ ମ୍ୟାଚରେ କର୍ଣ୍ଣାଟକକୁ ୪-୦ ଗୋଲରେ ପରାସ୍ତ କରିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories