www.samajalive.in
Sunday, December 14, 2025
23.1 C
Bhubaneswar

୬ରୁ ଉତ୍କଳ ବିଲ୍ଡର୍ସର ‘ଉତ୍କଳ ଗ୍ରାଣ୍ଡ ପ୍ରପର୍ଟି ସେଲ୍ କାର୍ଣ୍ଣିଭାଲ୍’

ଭୁବନେଶ୍ୱର : ୩୫ ବର୍ଷର ଅଟଳ ବିଶ୍ୱାସ, ଅଗ୍ରଣୀ ପ୍ରକଳ୍ପ ଏବଂ ସ୍ଥାପତ୍ୟ ଉତ୍କର୍ଷତା ପାଳନ ଅବସରରେ, ଉତ୍କଳ ବିଲ୍ଡର୍ସ ୬ ରୁ ୮ ଜୁନ୍ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ହୋଟେଲ ଲାଇଫରେ ଉତ୍କଳ ଗ୍ରାଣ୍ଡ ପ୍ରପର୍ଟି ସେଲ୍ କାର୍ଣ୍ଣିଭାଲ ଆରମ୍ଭ କରିଛି ।  ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ । ପ୍ରଥମ ଥର ପାଇଁ ପ୍ରିମିୟମ୍ ଆବାସିକ ଆପାର୍ଟମେଣ୍ଟ, ଉଚ୍ଚ ସମ୍ଭାବନା ଥିବା ବାଣିଜ୍ୟିକ କାର୍ଯ୍ୟାଳୟ ଏବଂ ଦୋକାନ ଗୃହକୁ ଗୋଟିଏ ଛାତ ତଳେ ଏକତ୍ରିତ କରିବ ‘ଉତ୍କଳ’ ।

ଆଗ୍ରହୀ ଗ୍ରାହକମାନେ ସ୍ୱତନ୍ତ୍ର ସ୍ପଟ୍ ଅଫର୍, ଆଶ୍ଚର୍ଯ୍ୟଜନକ ଉପହାର ଓ ଆକର୍ଷଣୀୟ ସୁବିଧା ନେଇ ଓଡିଶାର ସବୁଠାରୁ ସମ୍ମିତ ଡେଭଲପର ଦ୍ବାରା ପ୍ରସ୍ତୁତ ସମିତିର ମାଲିକ ହୋଇପାରିବେ । “ଗତ ସାଢ଼େ ତିନି ଦଶନ୍ଧି ଧରି ଉତ୍କଳ ତାର  ଗୁଣବତ୍ତା, ସ୍ଥିରତା, ବିଶ୍ୱସନୀୟତା ପାଇଁ ଗ୍ରାହକ ମହଲରେ ପ୍ରସିଦ୍ଧି ଲାଭ କରିଛି। ଏହି କାର୍ନିଭାଲ୍ ଅତୁଟ ବିଶ୍ୱାସ ପ୍ରତି ଉତ୍ସର୍ଗୀକୃତ ଏବଂ ଭବିଷ୍ୟତ ପାଇଁ ଏକ ନିମନ୍ତ୍ରଣ ବୋଲି ଉତ୍କଳ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ କହିଛନ୍ତି ।  ଭୁବନେଶ୍ୱରରେ ଉତ୍କଳ ଦ୍ବାର ପ୍ରସ୍ତୁତ ଅନେକ ଗୁଡିଏ ଆବାସିକ ଏବଂ ବାଣିଜ୍ୟିକ ପ୍ରକଳ୍ପ ବର୍ତ୍ତମାନ ସମାପ୍ତ ହୋଇ ଉପଭୋକ୍ତାମାନଙ୍କୁ ପ୍ରଦାନ କରାଯିବ। ଆମେ ଉପଭୋକ୍ତାମାନଙ୍କ ପାଇଁ ଏକ ବିଶ୍ବସନୀୟ ଏବଂ ବିରଳ ୱିଣ୍ଡୋ ସୃଷ୍ଟି କରିବା ପାଇଁ ସଫଳ ହୋଇପାରିଛୁ ବୋଲି ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଅମିତ ବୈଦ କହିଛନ୍ତି ।

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ଜଗିବେ ପ୍ରାୟ ୭୦ ପ୍ଲାଟୁନ୍‌ ଫୋର୍ସ

- Advertisement -

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories