www.samajalive.in
Friday, December 5, 2025
20.1 C
Bhubaneswar

ନିରଞ୍ଜନ ରଥଙ୍କ ପାଇଁ ଓକିଲ ସଂଘର ଶୋକ

ଆଠଗଡ : ଆଠଗଡ଼ ଓକିଲ ସଂଘର ସଭ୍ୟ ତଥା ଲୋକ ସେବକ ମଣ୍ଡଳର ସମ୍ପାଦକ ପଣ୍ଡିତ ନିରଞ୍ଜନ ରଥଙ୍କ ବିୟୋଗରେ ଆଠଗଡ଼ ଓକିଲ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।  ଶୁକ୍ରବାର ଅଦାଲତ ପରିସରରେ ଓକିଲ ସଂଘ ଉପସଭାପତି ସୁବାସ ଚନ୍ଦ୍ର ସାହୁଙ୍କ ପୌରୋହତ୍ୟରେ ଅନୁଷ୍ଠିତ ଶୋକ ସଭା ପ୍ରାରମ୍ଭରେ ସଂଘର ସଦସ୍ଯମାନେ ଶ୍ରୀ ରଥଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ଆଇନସେବା କ୍ଷେତ୍ରରେ ସ୍ୱର୍ଗତ ରଥଙ୍କର ଆଇନ ବହୁତ ବଡ଼ ଅବଦାନ ରହିଛି । ଏ ଅଞ୍ଚଳର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ଵାବଲମ୍ବୀ କରାଇବା ପାଇଁ ଶ୍ରୀ ରଥଙ୍କ ପ୍ରଚେଷ୍ଟାରେ ଆଠଗଡ଼ରେ ଏକ ଆଇନ ମହାବିଦ୍ୟାଳୟ ହେବା ସହ ସିଏ ନିଜେ ଏହାର ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରିଥିଲେ। ରାଜ୍ୟରେ ପ୍ରଥମ କରି ଏକ ଉପଖଣ୍ଡ ସ୍ତରରେ ଏକ ଆଇନ ମହାବିଦ୍ୟାଳୟ ସ୍ଥାପନ କରିବାରେ ତାଙ୍କର ସଫଳ ପ୍ରୟାସ ଉଲ୍ଲେଖଯୋଗ୍ଯ । ଏହି କଲେଜରେ ଅଧ୍ୟୟନ କରି ଶତାଧିକ ଆଇନଜୀବୀ ଓକିଲାତି ପେଶା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନିଯୁକ୍ତି ପାଇ ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି ବୋଲି ଓକିଲ ସଂଘର ସଦସ୍ଯମାନେ ପ୍ରକାଶ କରିଥିଲେ । ଏତଦବ୍ୟତୀତ ବହୁମୁଖୀ ପ୍ରତିଭାର ଅଧିକାରୀ ସ୍ବର୍ଗତ ରଥ ଆଠଗଡ ପାଇଁ ଗର୍ବ ଓ ଗୌରବ ଥିଲେ ବୋଲି ବହୁ ଆଇନଜୀବୀ ମତବ୍ୟକ୍ତ କରିଥିଲେ।  ଏହି ଶୋକ ସଭାରେ ଆଇନଜୀବୀ ବିଷ୍ଣୁ ପ୍ରସାଦ ସାହୁ, ଅନୀଲ ମହାପାତ୍ର, ବିକ୍ରମ କେଶରୀ ଦାଶ, ଯଶୋବନ୍ତ ବାରିକ, ଜ୍ଞାନ ପ୍ରକାଶ ଧଳସାମନ୍ତ, ପ୍ରମୋଦ କୁମାର ଜେନା, ମନୋଜ ପଟ୍ଟନାୟକ, ଜ୍ଞାନ ରଞ୍ଜନ ମହାପାତ୍ର, ପ୍ରସାଦ ମାଝୀ, ସମ୍ବିତ ତ୍ରିପାଠୀ ପ୍ରମୁଖ ଶ୍ରୀ ରଥଙ୍କ ବହୁମୁଖି ପ୍ରତିଭା ଓ ତାଙ୍କ ସହ ନିଜର ଅନୁଭବ ସଂପର୍କରେ ଅବତାରଣା କରିଥିଲେ । ସଂପାଦକ ବନ ବିହାରୀ ସାହୁ ଶ୍ରୀ ରଥଙ୍କ ପ୍ରତି ଶ୍ରଦ୍ଧାସୁମନ ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories