www.samajalive.in
Saturday, December 13, 2025
18.1 C
Bhubaneswar

ଦୀର୍ଘ ସ୍ଥାୟୀତ୍ୱ ଓ ମାନବ ଅଧିକାର ପ୍ରତି ଟାଟା ଷ୍ଟିଲ୍ ଦୃଢ ପ୍ରତିବଦ୍ଧ

ଭୁବନେଶ୍ୱର : ଟାଟା ଷ୍ଟିଲ୍ ପକ୍ଷରୁ ମୂଲ୍ୟବୋଧ ନୀତି ଆଧାରରେ ମାନବ ଅଧିକାର ଓ ପରିବେଶ ଉପଯୋଗୀ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇ ବ୍ୟବସାୟ ଅଭ୍ୟାସକୁ ନୂଆ ଆକାର ପ୍ରଦାନ କରାଯାଉଛି। ସହଭାଗୀମାନଙ୍କ ସହ ଆଲୋଚନା ଜରିଆରେ ପରିବେଶ ଅନୁକୂଳ ଦିଗରେ ଦୀର୍ଘ ମିଆଦି ରଣନୀତି ପ୍ରସ୍ତୁତ କରାଯାଇ ସାମାଜିକ ଓ ପରିବେଶ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ପ୍ରାଥମିକତାର ସହ ସମାଧାନ କରାଯାଉଛି। କାର୍ଯ୍ୟକ୍ଷେତ୍ରରେ ପରିବେଶ ପ୍ରଦୂଷଣ ହ୍ରାସ କରିବା ପାଇଁ ଟାଟା ଷ୍ଟିଲ୍ ପକ୍ଷରୁ ଅନେକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଇଣ୍ଡଷ୍ଟ୍ରିଆଲ୍ ବାଇ-ପ୍ରଡକ୍ଟସ୍ ମ୍ୟାନେଜମେଂଟ୍ ଡିଭିଜନ ଓ ଷ୍ଟିଲ୍ ରିସାଇକ୍ଲିଂ ବ୍ୟବସାୟ ସ୍କ୍ରାପ୍ ବ୍ୟବହାରରେ ଉନ୍ନତି ଆଣିବା ସହିତ ବାଇ-ପ୍ରଡକ୍ଟ (ଉପ ଉତ୍ପାଦ)ର ପୁନଃ ବ୍ୟବହାର କରାଯାଇ ବର୍ଜ୍ୟ ପରିଚାଳନା ପ୍ରତି ପ୍ରଭାବଶାଳୀ ଯୋଗଦାନ ପ୍ରଦାନ କରାଯାଇ ପାରୁଛି। ଏଥିରେ କମ୍ପାନି ପକ୍ଷରୁ ଲୁଧିଆନାରେ ଏକ ଲୋ-ଏମିସନ ଇସ୍ପାତ ଉତ୍ପାଦନ କାରଖାନା ସ୍ଥାପନ କରାଯାଇଥିବା ବେଳେ ବ୍ଲାଷ୍ଟ ଫର୍ଣ୍ଣେସ୍ ପରିଚାଳନାକୁ ଡିବାର୍କନାଇଜ୍ କରାଯାଇଛି।

ସେହିପରି ରିଡ୍ୟୁସ୍‌, ରିୟୁଜ୍‌, ରିସାଇକଲ୍ ଓ ରିପ୍ଲେନିସ୍‌କୁ ନେଇ ପ୍ରସ୍ତୁତ ‘୪-ଆର୍ ଫ୍ରେମ୍‌ୱର୍କ’ ଟାଟା ଷ୍ଟିଲ୍‌କୁ ମଧୁର ଜଳ ଉପଯୋଗ କମ୍ କରିବା ଏବଂ ବର୍ଷାଜଳ ସରଞ୍ଚନ ଜରିଆରେ ଭୂତଳ ଜଳସ୍ତରରେ ଉନ୍ନତି ଆଣିବାରେ ମାର୍ଗଦର୍ଶନ କରୁଛି। ୱେଷ୍ଟ୍ ହିଟ୍ ରିକଭରି ଓ ଅକ୍ଷୟ ଶକ୍ତି ପାଇଁ କମ୍ପାନି ଅଭିନବ ପ୍ରଯୁକ୍ତି ଗ୍ରହଣ କରିଛି, ଯାହା ପରିଚାଳନା ଶକ୍ତି ଦକ୍ଷତାରେ ଉନ୍ନତି ଆଣୁଛି। ପରିବେଶ ଓ ଜୈବ ବିବିଧତାର ଯତ୍ନ ନେବା ସହିତ କମ୍ପାନି ପକ୍ଷରୁ କର୍ମଚାରୀ ଓ ପରିପାର୍ଶ୍ୱିକ ସମୁଦାୟର କଲ୍ୟାଣକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ଟାଟା ଷ୍ଟିଲ୍ ପକ୍ଷରୁ ଅଭିବୃଦ୍ଧି, ମାନ୍ୟତା ଓ ସନ୍ତୁଷ୍ଟି ଉପରେ ଧ୍ୟାନ ଦେଉଥିବା ଏକ ବ୍ୟାପକ ଏଚ୍‌ଆର୍ (ମାନବ ସମ୍ବଳ) ନୀତି ସହିତ କାର୍ଯ୍ୟ କରୁଛି । ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଶାଖା ଟାଟା ଷ୍ଟିଲ୍ ଫାଉଣ୍ଡେସନ ଜରିଆରେ ମହିଳା, ଶିଶୁ ଓ ଆଦିବାସୀ ସମୁଦାୟ ଭଳି ଅନଗ୍ରସର ବର୍ଗ ସମେତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନଜୀବିକା ଉପରେ ଗୁରୁତ୍ୱାରୋପ କରାଯାଉଛି।

- Advertisement -

କମ୍ପାନି ପକ୍ଷରୁ କର୍ମଚାରୀମାନଙ୍କୁ ସ୍ୱଚ୍ଛ ଓ ପାରଦର୍ଶୀତା ଅନୁଯାୟୀ ବେତନ ପ୍ରଦାନ କରାଯାଉଛି ଯାହା ଆଇନଗତ ହାରଠାରୁ ଅଧିକ। ଟାଟା ଷ୍ଟିଲ୍ ପକ୍ଷରୁ ବାର୍ଷିକ ରିପୋର୍ଟ ଜରିଆରେ ସ୍ୱଚ୍ଛତା ସୁନିଶ୍ଚିତ କରାଯାଉଛି, ଯେଉଁଥିରେ ଶ୍ରମ ଅଭ୍ୟାସରେ ହୋଇଥିବା ପ୍ରଗତି ଓ ପରିବେଶ ପ୍ରଦର୍ଶନ ଉପରେ ଆଲୋକପାତ କରାଯାଉଛି। ଆଇଏସ୍‌ଓ ସାର୍ଟିଫିକେସନ ଭଳି ଅନ୍ତର୍ଜାତୀୟ ମାନକକୁ ପାଳନ କରି କମ୍ପାନୀ ନିଜର ପ୍ରଶାସନିକ ଢାଞ୍ଚା ବା ଗଭର୍ଣ୍ଣାସ୍ ଫ୍ରେମ୍‌ୱର୍କକୁ ସୁଦୃଢ଼ କରୁଛି। ବିଶ୍ୱସ୍ତରୀୟ ମାନକ ଓ ସହଭାଗୀଙ୍କ ଆଶା ଅନୁସାରେ ନିଜ କାର୍ଯ୍ୟକ୍ଷେତ୍ର ପରିଚାଳନାକୁ ସମନ୍ୱିତ କରି ଟାଟା ଷ୍ଟିଲ୍ ଏକ ସମ୍ମାଜନକ, ସ୍ଥାୟିତ୍ୱ ଓ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିର ଭବିଷ୍ୟତକୁ ସୁଦୃଢ଼ କରିବାକୁ ପ୍ରତିବଦ୍ଧ ରହିଛି। ଦାୟିତ୍ୱବାନ ଅଭ୍ୟାସ ଓ ସମୁଦାୟ ସହ ସମ୍ପୃକ୍ତି ଜରିଆରେ କମ୍ପାନୀ ସମାଜ ଓ ପରିବେଶ ଉପରେ ଦୀର୍ଘକାଳୀନ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।

Hot this week

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

Related Articles

Popular Categories