ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଦ୍ୟାଳୟ ପରିସରରେ ସ୍ଥାପିତ ଗୋପବନ୍ଧୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ପ୍ରଧାନଶିକ୍ଷକ କମଳାକାନ୍ତ ପତିଙ୍କ ଦ୍ଵାରା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଧୂପ ପ୍ରଜ୍ବଳନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବିଦ୍ୟାଧର ଦାଶ ,ସମବାୟବିତ ଦୀନବନ୍ଧୁ ମିଶ୍ର ,ବିରେନ୍ଦ୍ର କୁମାର ଦାଶ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ମହାନ୍ତ, ସୁଶିଲ କୁମାର ମହାନ୍ତ, ପ୍ରକାଶ କୁମାର ମିଶ୍ର, ସସ୍ମିତା ନାୟକ, ସୌଭାଗିନି ମହାନ୍ତ ଓ ଜ୍ୟୋତିର୍ମୟୀ ବାରିକ ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଜଣାଇଥିଲେ।
Popular Categories



