ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତ ପକ୍ଷରୁ ଆଜି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାପିତ ଗୋପବନ୍ଧୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ପ୍ରଦାନ ଓ ଧୂପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ବଡ଼ପାଟଣା ସରପଞ୍ଚ ନାରୀନେତ୍ରୀ ବିନତି ବାନରା ଏଠାରେ ସ୍ଥାପିତ ଗୋପବନ୍ଧୁ ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଧୂପ ପ୍ରଜ୍ବଳନ କରିଥିଲେ। ଅତିଥି ଭାବେ ଗାନ୍ଧିବାଦୀ ସମାଜସେବୀ ଇଂ ବିଦ୍ୟାଧର ଦାଶ ଗୋପବନ୍ଧୁଙ୍କ ତ୍ୟାଗ ସେବା ଓ ସାହିତ୍ୟ କ୍ଷେତ୍ରରେ ଯୁଗଯୁଗ ପାଇଁ ଅମର ହୋଇ ରହିବେ ବୋଲି ଏଠାରେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ମହାନ୍ତଙ୍କ ସହ ଦୁଲ୍ଲଭ ନାଏକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତପନ କୁମାର ମହାନ୍ତ, ଏଡିଇଓ ନିହାର ରଞ୍ଜନ ପରିଡ଼ା, ଅଜୟ କୁମାର ଦଣ୍ଡପାଟ, ସମାଜ ପ୍ରତିନିଧି ନୃସିଂହ ନାଥ ସିଂହ, ପ୍ରେସ କ୍ଳବ ସଭାପତି କିଶୋର ଚନ୍ଦ୍ର ମହାନ୍ତ, ସମ୍ପାଦକ ବିଜୟ ରତ୍ନ ପତି, କ୍ଳବର ସର୍ବଶ୍ରୀ ରଞ୍ଜନ କୁମାର ବାରିକ, କାମିନିକାନ୍ତ ଦ୍ବିବେଦୀ, ଚିରଞ୍ଜିବି ଦାଶ, ପାର୍ଥ ସାରଥୀ ପାତ୍ର,ରବିନ୍ଦ୍ର କୁମାର ପୃଷ୍ଟି, ଉଗ୍ରସେନ ପୃଷ୍ଟି ପ୍ରମୁଖ ସାମିଲ ଥିଲେ।
Popular Categories



