www.samajalive.in
Thursday, December 11, 2025
27.1 C
Bhubaneswar

ଦୁର୍ଘଟଣା ଘଟାଇଥିବା ଗାଡିକୁ ପୁଲିସ ଆଗରେ ଭାଙ୍ଗିଲେ ଉତ୍ୟକ୍ତ ଲୋକେ

ସିମୁଳିଆ : ଦୁର୍ଘଟଣା ଘଟାଇଥିବା ଗାଡିକୁ ଉତ୍ୟକ୍ତ ଲୋକେ ଅଟକାଇ ପୋଲିସ ସମୁଖରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଚଳିତ ବର୍ଷ ଜାନୁଆରୀ ଅଠର ତାରିଖ ଦିନ ଚନ୍ଦ୍ରାପଡା କେନାଲ ଛକ ନିକଟରେ ଏକ ମଦ ମାଫିଆଙ୍କ ଚାରିଚକିଆ ଓ଼ମିନି ଗାଡି ଚନ୍ଦ୍ରପଡା ଅଞ୍ଚଳର ସନ୍ତୋଷ ମହାରଣା ଓ ଅଶୋକ ମହାରଣାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଦୁର୍ଘଟଣା ଗ୍ରସ୍ତ ଦୁଇ ଯୁବକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ସେହି ଗାଡିଟି ଆଜି ଅପରାହ୍ନ ସମୟରେ ଦ୍ରୁତ ବେଗରେ ଯିବା ସମୟରେ ପରିବାର ଲୋକେ  ଏହି ଗାଡ଼ିଟିକୁ ଚିହ୍ନିପାରି ତାକୁ ପିଛା କରି ଅଟକାଇଥିଲେ । ସେଥିରେ ଗାଡିଚାଳକ ଗାଡ଼ିଟିକୁ ଛାଡ଼ି ଫେରାର ହୋଇଯାଇଥିବା ଜଣାଯାଇଛି । ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା  । ମାତ୍ର ସେଠାରେ ଥିବା ଉତ୍ୟକ୍ତ ଲୋକେ ଗାଡି ଭିତରେ ମଦ ଭର୍ତ୍ତି ଅଖାବୁରା ଦେଖିବା ପରେ ପୋଲିସ ସମ୍ମୁଖରେ ଗାଡ଼ିଟିକୁ ଭଙ୍ଗାରୁଜା କରିବା ସହ ଗାଡିକୁ ଓଲଟାଇ ଦେଇଥିଲେ  ଦୁର୍ଘଟଣା ଘଟାଇଥିବା ଗାଡିକୁ ପୁଲିସ ଆଗରେ ଭାଙ୍ଗିଲେ ଉତ୍ୟକ୍ତ ଲୋକେ ପୋଲିସ ସେମାନଙ୍କୁ ବୁଝାସୁଝା କରି ଗାଡ଼ିଟିକୁ ଥାନାରେ ଅଟକ ରଖି ତଦନ୍ତ କରିବା ସହ ବାର ଶହରୁ ଉର୍ଦ୍ଧ୍ଵ ଦେଶୀ ମଦ ଜବତ କରି ତଦନ୍ତ କରୁଥିବା ଜଣାଯାଇଛି ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories