www.samajalive.in
Saturday, December 13, 2025
14.1 C
Bhubaneswar

ଖୋଲିବ ସ୍କୁଲ, ଘାରିଲାଣି ଝାଡାବାନ୍ତି ଭୟ

ହରଭଙ୍ଗା : ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଝାଡାବାନ୍ତି ସମ୍ପ୍ରତି ରାଜ୍ୟର ସାତଗୋଟି ଜିଲ୍ଲାକୁ ବ୍ୟାପିଲାଣି । ଯାଜପୁର ପରେ କେନ୍ଦୁଝର,ଭଦ୍ରକ,କଟକ,ପୁରୀ,ଢେଙ୍କାନାଳ ଓ କେନ୍ଦ୍ରାପଡା ଜିଲ୍ଲାକୁ ଝାଡାବାନ୍ତି ବ୍ୟାପିଲାଣି ।ଅନ୍ୟପଟେ ଆଉ ୩ଦିନ ପରେ ରାଜ୍ୟରେ ସମସ୍ତ ସ୍କୁଲଗୁଡିକ ଖୋଲିବ ।ସ୍କୁଲ ଖୋଲିବା ପୂର୍ବରୁ ବିଭିନ୍ନ ଜିଲ୍ଲାରେ ବ୍ୟାପୁଥିବା ଝାଡାବାନ୍ତି ଏବେ ସାଧାରଣ ଲୋକଙ୍କ ମନରେ ଭୟ ଘାରିଲାଣି ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟସରକାରଙ୍କ ନିର୍ଦ୍ଦେଶ ପରେ ବୌଦ୍ଧଜିଲ୍ଲାରେ ମଧ୍ୟ ସର୍ତକତା ଅବଲମ୍ବନ ପାଇଁ ଏବେ ସ୍ୱଛତା,ଶୁଦ୍ଧ ପାନୀୟଜଳ ବ୍ୟବହାର ସାଙ୍ଗକୁ ନିରାପତାକୁ ଗୁରୁତ୍ୱ ଦିଆ୍‌ଯାଉଛି । ବିଶେଷକରି ଖାଦ୍ୟ ସୁରକ୍ଷା ଏବଂ ନିରାପତ୍ତା ବିଭାଗ ପକ୍ଷରୁ ଗୁପଚୁପ ଦୋକାନୀ ଏବଂ ହୋଟେଲ,ରେଷ୍ଟୁରାଂଟ ଗୁଡିକ ଉପରେ କଡା ନଜର ରଖାଯାଉଛି । ପ୍ରାଥମିକତା ସୁରକ୍ଷା ଦୃଷ୍ଟିରୁ ସିଲ ପାଣି ବୋତଲ ,ଶୁଦ୍ଧ ପାନୀୟ ଜଳ ବ୍ୟବହାର ପାଇଁ ହୋଟେଲ ,ରେଷ୍ଟୁରାଂଟ ମାନଙ୍କୁ କଡାନିର୍ଦ୍ଦେଶ ଦିଆଯାଇଛି ।

ଏହା ସହିତ ଗୁପଚୁପ୍ ଦୋକାନୀ ମାନଙ୍କୁ ଗୁପଚୁପ୍ ପାଇଁ ବ୍ୟବହାର ହେଉଥିବା ଖଟାପାଣିକୁ ବିଶୁଦ୍ଧ ପାଣିକୁ ଫୁଟାଇ ବ୍ୟବହାର ପାଇଁ ନର୍ଦ୍ଦେଶ ଦିଆଯାଇଛି । ଏପରିକି ଫାଷ୍ଟଫୁଡ ,ଭଳି ଚାଟ,ଅନ୍ୟାନ୍ୟ ଦୋକାନଗୁଡିକ ଉପରେ ମଧ୍ୟ କଡା ନଜର ରଖାଯାଇଛି ।ବିଶେଷକରି ଜିଲ୍ଲାରେ ଥିବା ତିନୋଟି ବେସରକାରୀ ପାନୀୟଜଳ ପ୍ରସ୍ତୁତ ୟୁନିଟି ଉପରେ ମଧ୍ୟ କଡା ନଜର ରଖାଯାଇଛି । ଏ ସର୍ମ୍ପକରେ ବୌଦ୍ଧ ସି.ଡି.ଏମ.ଓ ଡା .ମଦନମୋହନ ପ୍ରଧାନଙ୍କୁ ପଚାରିବାରୁ ସ୍ୱଛତା ସହିତ ବିଭିନ୍ନ ଓ୍ବାଟର ପଏଣ୍ଟଗୁଡିକୁ ବିଶୁଦ୍ଧ ପାଇଁ ଜଳ ଓ ପରିମଳ ବିଭାଗ ସହିତ ଆମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଯାଇଥିବା ସେ ସୂଚନା ଦେଇଛନ୍ତି ।  ଏଥିପାଇଁ ବିଭାଗ ପକ୍ଷରୁ ତୀକ୍ଷ୍ନ ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି । ଏ ସର୍ମ୍ପକରେ ହରଭଙ୍ଗା ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଜୀବନ ପଟ୍ଟନାୟକଙ୍କୁ ପଚାରିବାରୁ ଖୋଲାକୂଅ ଠାରୁ ଆରମ୍ଭକରି ସମସ୍ତ ନଳକୂପ ଏବଂ ବୋରେଓଲ ଗୁଡିକୁ ବ୍ଲିଂଚିଂ ଦ୍ୱାରା ବିଶୁଦ୍ଧିକରଣ ଆରମ୍ଭ ହୋଇଥିବାନେଇ ସେ ସୂଚନା ଦେଇଛନ୍ତି ।

Hot this week

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ବହୁ ପଦ ଖାଲି

କାମଚଳା ଅଧିକାରୀଙ୍କ ଦାୟିତ୍ୱରେ ଜିଲା ଓ ମୁଖ୍ୟାଳୟ କଟକ : ସୂଚନା ଓ...

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

Related Articles

Popular Categories