www.samajalive.in
Friday, December 5, 2025
26.1 C
Bhubaneswar

ନିଜ ମାଟିର ସ୍ନେହ ଓ ମମତା ପ୍ରତ୍ୟେକ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ: ରାଜେନ୍ଦ୍ର ଜେନା

ବ୍ରହ୍ମପୁର : ନିଜ ମାଟିର ସ୍ନେହ ଓ ମମତା ପ୍ରତ୍ୟେକ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ । ଏଣୁ ସମସ୍ତେ ନିଜର ମାଁ, ମାଟି ଓ ମମତା ପାଇଁ ଆଗଭର ହୁଅନ୍ତୁ। ବ୍ରହ୍ମପୁର ସହରର ତିନି ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ  ସମ୍ୱର୍ଦ୍ଧନା  କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଭଳି କହିଛନ୍ତି ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ  ରାଜେନ୍ଦ୍ର କୁମାର ଜେନା । ସହରର ଇଞ୍ଜିନିୟରିଙ୍ଗ୍ ସ୍କୁଲ ଛକ ନିକଟସ୍ଥ ରାଜସ୍ୱ ଡ଼ାକବଙ୍ଗଳାର ସଭା ଗୃହ ପରିସରରେ ଆୟୋଜିତ ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ପକ୍ଷରୁ ଏପରି ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି  । ନାଗରିକ ମଞ୍ଚର ସଂଯୋଜକ ମିହିର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ରୂପେ ପ୍ରେସ କ୍ଲବ ବ୍ରହ୍ମପୁରର ସଭାପତି  ଅଶୋକ କୁମାର ବ୍ରହ୍ମା , ଗଞ୍ଜାମ ଓକିଲ ସଂଙ୍ଘର ସଭାପତି ମନୋଜ ପଟ୍ଟନାୟକ , ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ର  , ୟୁନିଅନ୍ କ୍ଲବର ନବନିର୍ବାଚିତ ସଭାପତି ଭି.ସନ୍ତୋଷ କୁମାର , ମହାନ ସଂଙ୍ଘ-ବ୍ରହ୍ମପୁରର ସଭାପତି ସୁଶାନ୍ତ ସାବତ ପ୍ରମୁଖ ମଞ୍ଚାସୀନ ରହିଥିଲେ  ।

- Advertisement -

ଏହି ଅବସରରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକାର ରାଜେନ୍ଦ୍ର କୁମାର ଜେନା, ବରିଷ୍ଠ ସାମ୍ବାଦିକ ତଥା ଓଡିଶାବାର୍ତ୍ତାର ସଂପାଦକ  ମନୋଜକାନ୍ତ ଦାଶ ଏବଂ ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ତଥା ନାଟ୍ୟକାର ରବି ନାରାୟଣ ବେହେରାଙ୍କୁ ବ୍ରହ୍ମପୁର ନାଗରିକ ମଞ୍ଚ ସମେତ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ , ସେଚ୍ଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ନାଟ୍ୟକାର, ସାମ୍ୱାଦିକ , ସାହିତ୍ୟିକ ଓ ବରିଷ୍ଠ ନାଗରିକଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ସୁଦୀପ କୁମାର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ୱାଦିକ ଗୋପାଳ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ସାମ୍ୱାଦିକ ରାଜୀବ ଲୋଚନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ  ସମୀର ଆଚାର୍ଯ୍ୟ, ଇତିଶ୍ରୀ ସମାପିକା ମହାନ୍ତି, ଶିବରାମ ଚୈଧୁରୀ , ନାରାୟଣ ମହାଙ୍କୁଡ,ଅସିତ୍ ପଣ୍ଡା, ଛତ୍ରପୁର ପ୍ରେସ କ୍ଳବ୍ ର ଉପସଭାପତି ସନ୍ତୋଷ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ  ଜାନକୀ କାନ୍ତ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ବିଘ୍ନଶ୍ବର ସାହୁ ,ଉମାଶଙ୍କର ମିଶ୍ର, ଗୈରୀଶଙ୍କର ମିଶ୍ର , ସ୍ବାଧିନ ପାତ୍ର ,ମୃତ୍ୟୁଞ୍ଜୟ ସାହୁ , ଅରୁଣ କୁମାର ପଣ୍ଡାଙ୍କ ସମେତ ସହରର ବିଭିନ୍ନ ସଂଙ୍ଗଠନର କର୍ମକର୍ତ୍ତା ବେଳେ ଅନ୍ୟମାନଙ୍କ  ମଧ୍ୟରେ  ଉପସ୍ଥିତ ରହିଥିଲେ  ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories