ବାସୁଦେବପୁର : ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବାସୁଦେବପୁରର ଗଣତାନ୍ତ୍ରିକ ମହିଳା ସମିତି । ଜିଲ୍ଲା ସଂପାଦକ ମମତା ଜେନାଙ୍କ ନେତୃତ୍ୱରେ ମହିଳା ପ୍ରତିନିଧୀ ଦଳ ତହସିଲଦାରଙ୍କ ଜରିଆରେ ଡିଜିପି ଓଡିଶାଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି । ଆଜି ଅପରାହ୍ନରେ ଏକ ମହିଳା ପ୍ରତିନିଧୀ ଦଳ ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦାବିପତ୍ର ପ୍ରଦାନ କରିଛନ୍ତି । ଛାତ୍ରୀ ଜଣକ ବାରମ୍ବାର ଅଭିଯୋଗ ଆଣିବା ପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଶେଷରେ ଛାତ୍ରୀଜଣକ ଚରମ ନିଷ୍ପତି ନେଇଛନ୍ତି, ଅଥବା ହତ୍ୟା ଘଟଣାକୁ ଚପାଇ ଦେବାକୁ ଯାଇ ଆତ୍ମହତ୍ୟାର ରୁପ ଦିଆଯାଉଛି, ସ୍ପଷ୍ଟ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଗଣତାନ୍ତ୍ରିକ ମହିଳା ସମିତି ।
Popular Categories



