www.samajalive.in
Saturday, December 6, 2025
14.1 C
Bhubaneswar

ଗୁଳୁଦିପଶିରେ ନିଆରା ରଜ ବିଦାକି ପରମ୍ପରା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମରେ ନିଆରା ରଜ ବାଟେଇବା ପରମ୍ପରା ଦେଖିବାକୁ ଶହ ଶହ ଲୋକ ଓ ମାଆ ଭଉଣୀ ଆଜି ଜମା ହୋଇଥିଲେ । ଶେଷ ରଜ ପରେ ରଜବତୀ ବାହାଘର ହୁଏ ଗାଁର ଜଣେ ଯୁବତୀ ପୁଅ ବେଶ ପରିଧାନ କରି ଜଣେ ଝିଅ ଘରକୁ ଯାଇ ବିବାହ କରନ୍ତି ଏହି ବାହାଘର କାର୍ଯ୍ୟକ୍ରମରେ ବହୁତ ଝିଅ ବୋହୂ ଭାଗ ନେଇଥାନ୍ତି । ଜାକଜମକରେ ବାଣ ବାଜା ଡିଜେ ବଜାଇ ପଟୁଆର ନେଇ ରୀତିମତ ବାହାଘର ପରି ସବୁ ହୁଏ। ଶେଷରେ ରଜବତୀ ବାହାଘର ସରିଲେ ବିରାଟ ଶୋଭାଯାତ୍ରାରେ ସବୁ ଗାଁ ଗାଁ ଦାଣ୍ଡରେ ବୁଲନ୍ତି। ଗୁଳୁଦିପଶି ଗ୍ରାମରେ ୩ ଦିନ ରଜପର୍ବ ପାଳନ ହୋଇଥିଲା। ଗାଁ ମଝି ସାହିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। କୁମାରୀ ମାନେ ଏହି ସବୁ କାର୍ଯ୍ୟକ୍ରମ କରିଥିଲେ । ଶେଷ ରଜ ପରେ ଗାଁ ତୋଟା ରେ ସବୁ ଝିଅ ବୋହୂ ଏକାଠି ହୋଇ ରଜବତୀ ବାହାଘର ପରେ ବରକନ୍ୟାଙ୍କୁ ଧରି ବୁଲିବା ପରେ ଗୀତ ଗାଇ ନାଚି ଥିଲେ। ହାତକୁ ହାତ ଧରି ଶବରୀ ପରମ୍ପରା ନୃତ୍ୟ କରି ରଜବତୀ ଙ୍କୁ ବିଦାୟ ଦେବାକୁ ବାହାରିଥିଲେ । ଏହାକୁ ରଜ ବାଟେଇବା ପ୍ରଥା କୁହନ୍ତି। ରଜବତୀଙ୍କୁ ବିଦାୟ ବେଳେ ସେମାନେ ପୁଣି ଆସନ୍ତାବର୍ଷକୁ ଆସିବାକୁ ପ୍ରାର୍ଥନା କରନ୍ତି। ଧରା ପୃଷ୍ଠକୁ ଶସ୍ୟ ଶ୍ୟାମଳା କରିବାକୁ ଭଲ ଫସଲ ହେବାକୁ ଦେବାଦେବୀଙ୍କ ପାଖରେ ଗୁହାରି କରନ୍ତି। ରଜର ସପ୍ତମ ଦିବସରେ ଗ୍ରାମବାସୀ ଏହି ପରମ୍ପରା ପାଳନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories