www.samajalive.in
Saturday, December 6, 2025
19.1 C
Bhubaneswar

୫୧ ବର୍ଷରେ ଓରାଳି ରଥଯାତ୍ରା

ପାଟଣା : କେନ୍ଦୁଝର ଜିଲ୍ଲାର ଐତିହ ଓ ସଂସ୍କୃତି ସଂପନ୍ନ ହାଟଡିହି ବ୍ଲକ ଓରାଳି ଗ୍ରାମରେ ୧୯୭୪ ମସିହାରେ ଆରମ୍ଭ ହୋଇଥିବା ଓରାଳି ରଥ ଯାତ୍ରା ୫୧ତମ ବର୍ଷରେ ପହଞ୍ଚିବା ସହିତ ଘୋଷ ଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି। ଅଞ୍ଚଳର ପାଖାପାଖି ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କର ଏଠାରେ ସମାବେଶ ହୋଇଥିଲା। ଅପରାହ୍ନ ୩ ଟା ପରେ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରରୁ ପହଣ୍ଡି ବିଜେ କରାଯାଇ ରଥକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭଜନ କୀର୍ତ୍ତନ ନାମ ସଙ୍କୀର୍ତ୍ତନ ମଧ୍ୟରେ ଅଣାଯାଇ ରଥାରୂଢ଼ କରାଯାଇଥିଲା। ଠାକୁର ସେବକ ନୃସିଂହ ନାଥ ସିଂହ ଛେରା ପହଁରା କରିଥିଲେ। ରଥଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମାଜିଷ୍ଟ୍ରେଟଙ୍କ ସହ ଏଠାରେ ନନ୍ଦିପଦା ପୁଲିସ ଉପସ୍ଥିତ ଥିବାବେଳେ ଟାଟା ପାୱାରର ବିଦ୍ୟୁତ୍ କର୍ମଚାରୀମାନେ ରଥ ଟଣା ପାଇଁ ବିଭାଗୀୟ ସହଯୋଗ ଯୋଗାଇଥିଲେ। ବିଳମ୍ବିତ ସନ୍ଧ୍ୟାରେ ମାଉସୀ ମା ମନ୍ଦିରରେ ରଥ ପହଞ୍ଚିଥିବା ସୂଚନା ମିଳିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories