www.samajalive.in
Saturday, December 6, 2025
26.1 C
Bhubaneswar

ମଲ୍ଲୀପଶିରେ ରଥଯାତ୍ରା, ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା 

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲିପଶିଠାରେ ୩ଟି ରଥରେ ତିନି ଠାକୁର ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ୨୦୧୮ ରୁ ଆରମ୍ଭ ହୋଇଥିବା ମଲ୍ଲିପଶି ଠାରେ ଆୟୋଜିତ ରଥଯାତ୍ରାରେ ଚଳିତ ବର୍ଷ ପାଖାପାଖି ୪୦ ହଜାର ଭକ୍ତଙ୍କ ସମାଗମ ହୋଇଛି । ତିନି ଠାକୁରଙ୍କ ଛେରାପହଁରା ସେବକ ଠାକୁର ସେବକ ରବି ନାରାୟଣ ସିଂହଙ୍କ ଦ୍ଵାରା ସମ୍ପାଦିତ ହୋଇଥିବାବେଳେ ପଣ୍ଡିତ କୁଳମଣି ଷଡ଼ଙ୍ଗୀ ଓ ପଣ୍ଡିତ କ୍ଷୀରୋଦ ଚନ୍ଦ୍ର ମିଶ୍ରଙ୍କ ସହ ପଣ୍ଡିତମାନେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଯଜ୍ଞ କାର୍ଯ୍ୟର କର୍ତ୍ତା ରୂପେ ପାର୍ଥ ସାରଥି ବେଜ୍ ଓ ତାଙ୍କ ଧର୍ମ ପତ୍ନୀ ଦିପ୍ତିମୟୀ ବାରିକ୍ ପୂଜା ବିଧି ସମ୍ପାଦନ କରିଥିଲେ। ମଲ୍ଲିପଶିଠାରେ ହେଉଥିବା ରଥଯାତ୍ରା ପୁରୀ ଶଙ୍କରାଚାର୍ଯ୍ୟଙ୍କ ଅନୁମତି ଅନୁସାରେ ପ୍ରତିବର୍ଷ ଏହି ରଥଯାତ୍ରା ଅନୁଷ୍ଠିତ ହେଉଛି। ଏହି ରଥଯାତ୍ରା ଦାରୁବ୍ରହ୍ମ ପ୍ରତିଷ୍ଠା ସଂସ୍ଥାନ ଦ୍ୱାରା ଓ ଆଦିତ୍ୟ ବାହିନୀ ଏବଂ ଆନନ୍ଦ ବାହିନୀ ସହଯୋଗରେ ଅନୁଷ୍ଠିତ ହେଉଛି । ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ। ଏହି ରଥଯାତ୍ରାରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ,ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଲେଇ ଓ ପୂର୍ବତନ ବିଧାୟକ ଜଗନ୍ନାଥ ନାଏକଙ୍କ ସହିତ ୨୩ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ପାଟଣା ବ୍ଲକର ବହୁ ସରପଞ୍ଚ, ସମିତି ସଭ୍ୟ ସଭ୍ୟାମାନେ ସାମିଲ ହୋଇଥିଲେ। ଆଜିର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପାଟଣା ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ଏହାବ୍ୟତୀତ ଓଡ଼ିଶା ଡ୍ରାଇଭର ମହାସଂଘ, ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ଶାନ୍ତିଶୃଙ୍ଖଳା ରକ୍ଷାରେ ସହଯୋଗ କରିବା ସହ ରଥଟଣାରେ ସାମିଲ ହୋଇଥିଲେ। ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା, ଏହି ରଥ ଯାତ୍ରା ଦେଖିବାକୁ ଅନ୍ୟାନ୍ୟ ୪୦ ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories