www.samajalive.in
Friday, December 12, 2025
15.1 C
Bhubaneswar

ପରିତ୍ୟକ୍ତ ଅବସ୍ଥାରେ ଶବ ବ୍ୟବଚ୍ଛେଦ ଗୃହ 

ଲାଞ୍ଜିଗଡ଼ : ସମାଜରେ ମଣିଷ ସମ୍ମାନର ସହିତ ଯେମିତି ବଞ୍ଚିବାର ଅଧିକାର ରହିଛି, ସେହିପରି ମଣିଷର ମୃତ୍ୟୁ ପରେ ତାର ଶବ ମଧ୍ୟ ଉପଯୁକ୍ତ ସମ୍ମାନ ପାଇବାର ହକ ଓ ଅଧିକାର ରହିଛି। ତେବେ ମଣିଷ ମରିଗଲା ପରେ ବି ଉପଯୁକ୍ତ ସମ୍ମାନ ପାଇବାର ଅଧିକାର ହରାଇବ ସେ ତା’ହେଲେ ସେଇଠୁ ବଳି ଦୁଃଖର କଥା ଆଉ କିଛି ନାହିଁ। ଏଭଳି ଦୁସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ଶବ ବ୍ୟବଚ୍ଛେଦ ଗୃହରେ। ଲାଞ୍ଜିଗଡ଼ ବ୍ଲକର ୧୮ଗୋଟି ପଞ୍ଚାୟତର ଲୋକେ ଦୁର୍ଘଟଣା, ହତ୍ୟା, କୌଣସି ସନ୍ଦେହଜନକ ମୃତ୍ୟୁ ଓ ଅପମୃତ୍ୟୁ ଘଟିଲେ ଶବ ବ୍ୟବଚ୍ଛେଦ ପାଇଁ ଏହି ବ୍ୟବଚ୍ଛେଦ ଗୃହ ଉପରେ ନିର୍ଭର କରିଥାନ୍ତି। ତେବେ ଦୀର୍ଘ ବର୍ଷ ହେଲା ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ବ୍ୟବଚ୍ଛେଦ ଗୃହ ଅପନ୍ତରା ହୋଇ ପଡ଼ିରହିଛି। ଗୃହ ସାମ୍ନାରେ ଲଟାବୁଦା ଭର୍ତ୍ତି ହୋଇଥିବାବେଳେ ଦିନରେ ମଧ୍ୟ ସରୀସୃପ ଭୟ ଲାଗି ରହିଛି। ସଂପୂର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଶବଗୃହରେ ଶବ ସଂରକ୍ଷିତ କରି ରଖିବା ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାବେଳେ ବ୍ୟବଚ୍ଛେଦ ପାଇଁ ଅଣାଯାଉଥିବା ଶବକୁ ଜଗି ରହିବା ମୁସ୍କିଲ ହୋଇପଡୁଛି। ବ୍ୟବଚ୍ଛେଦ ଗୃହକୁ ସଂଯୋଗ କରୁଥିବା ରାସ୍ତା ଉପରେ ଛୋଟ କଲଭର୍ଟଟିଏ ଥିବାବେଳେ ତାହା ଭାଙ୍ଗିରୁଜି ଯାଇଛି। ଏହା ନିକଟରେ ଲୋକେ ଅଳିଆ ଗଦା କରିଦେଇଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଶବ ବ୍ୟବଚ୍ଛେଦ ଗୃହର ପୁନଃରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories