www.samajalive.in
Saturday, December 6, 2025
14.1 C
Bhubaneswar

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

କଣ୍ଟାବାଞ୍ଜି : ତୁରେକେଲା ଥାନା ଅନ୍ତର୍ଗତ ଝରଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲବାହାଳୀ ଗାଁର ଚେୟାରମେନପଡାରେ ଆଜି  ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ତୁରେକେଲା ପୁଲିସ । ଉଦ୍ଧାର ମହିଳାଙ୍କ ମୃତଦେହକୁ ବ୍ୟବଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଯାଇଛି । ମହିଳାଙ୍କ ପିତା ତୁରେକେଲା ଥାନାରେ, ତାଙ୍କ ଝିଅକୁ ଗତକାଲି ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ଗତ ୫ ବର୍ଷ ତଳେ କରୋନା ସମୟରେ ମହୁଲପାଟି ଗ୍ରାମ ପଂଚାୟତ ମାଗୁର ଜଙ୍ଗଲ ପଡାର ପୁରନ୍ଦର ମାଝୀଙ୍କ ଝିଅ ସନ୍ତୋଷିନୀ ( ୨୫) ଙ୍କ ଝରଣୀ ଗ୍ରାମ ପଞ୍ଚାୟତ ମହୁଲବାହାଳୀ ଗାଁର ଚେୟାରମେନ ପଡାର ମାଧବ ମାଝୀଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା । ଗତକାଲି ରାତି ପ୍ରାୟ ୪ଟା ସମୟରେ ମାଧବ ମାଝୀଙ୍କ ପଡୋଶୀ, ସନ୍ତୋଷିନୀଙ୍କ ବାପ ଘରକୁ ଫୋନ ଯୋଗେ ଝିଅର ମୃତ୍ୟୁ ନେଇ ଫୋନ୍ କରିଥିଲେ । ସନ୍ତୋଷିନୀଙ୍କ ୨ ପୁଅ ଥିବାବେଳେ ସାନ ପୁଅ ୬ ମାସର ବୋଲି ଜଣାପଡିଛି । ତେବେ ଏହା ପ୍ରକୃତ ହତ୍ୟା କି ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି । ତୁରେକେଲା ପୁଲିସ ସ୍ବାମୀ ମାଧବଙ୍କୁ ଅଟକ ରଖି ତଦନ୍ତ କରୁଛି ବୋଲି ସୂଚନା ଦେଇଛନ୍ତି ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ସାହୁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories