www.samajalive.in
Saturday, December 6, 2025
15.1 C
Bhubaneswar

କଲ୍ୟାଣସିଂହପୁରରେ ଶ୍ରୀଜୀଉ ଦେବସ୍ନାନ ଉତ୍ସବ ଓ ଗଜ ବେଶ ଧାରଣ ପାଳିତ 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀ ଜୀଉଙ୍କ ସ୍ନାନ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଛି । ସକାଳୁ ସେବାୟତ ଓ ଦଇତାପତି ମାନେ ଶ୍ରୀ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଖେଚୁଡିଅନ୍ନ ଭୋଗ ଲାଗି କରିବା ପରେ ରତ୍ନ ସିଂହାସନରୁ ଅବତରଣ କରିଥିଲେ । ଅପରାହ୍ନ ସମୟରରେ ଶ୍ରୀ ଜୀଉଙ୍କୁ ପହଣ୍ଡି କରି  ସ୍ନାନ ମଣ୍ଡପକୁ ନେଇଥିଲେ । ସେବାୟତ ମାନେ ନାଗାବଳୀ ନଦୀରୁ ଶୁଦ୍ଧ ଜଳ ସଂଗ୍ରହ କରି ପୁରହିତ ଵାପିନ କୁମାର ମିଶ୍ରଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ସେବାୟତମାନେ  ସୁବାସିତ ଜଳରେ  ଶ୍ରୀ ଜୀଉଙ୍କୁ ସ୍ନାନ କରାଇଥିଲେ । ସନ୍ଧ୍ୟା ସମୟରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ହାତୀ ବେଶରେ ସୁସଜିତ କରିବା ପରେ ଭକ୍ତଙ୍କ ଦର୍ଶନ  କରାଯାଇଥିଲା । ପୁଣି ପୂଜା ପାଠ କରିବା ପରେ ରାତି ୮ଟା ସମୟରେ ଜୀଉଙ୍କୁ ଅଣସର ଘରେ ପ୍ରବେଶ କରାଯାଇଥିଲା । ସେହିଠାରେ ଶ୍ରୀଜୀଉ ଉପଚାର କରାଯିବା ପରେ ନେତ୍ର ଉତ୍ସବ ନବଯୌବନ ବେଶ ଦିନ ଦର୍ଶନ  ଦେବେ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ କହିଛନ୍ତି । ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ  ବ୍ୟବସ୍ଥା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦେବତ୍ତୋର ବିଭାଗର ତହସିଲଦାର, ରାଜସ୍ବ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଦେବସ୍ନାନ ଉତ୍ସବ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories