www.samajalive.in
Saturday, December 6, 2025
23.1 C
Bhubaneswar

ଭକ୍ତ ଦାସିଆ ପୀଠରେ ଝୁଲଣ ପର୍ବ

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲି ବ୍ଲକ୍‍ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଝୁଲଣ ପର୍ବ ୭ଦିନ ବ୍ୟାପୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଗୁରୁଣ୍ଡି ଗୋପାଳଙ୍କୁ ପ୍ରତି ସନ୍ଧ୍ୟାରେ ଏକ ସୁସଜ୍ଜିତ ବିମାନରେ ବିଜେ କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟପୂଜକ ଓ ସହାୟକ ପୂଜକ ପ୍ରମୁଖ ଠାକୁରଙ୍କ ସମସ୍ତ ଦୈନନ୍ଦିନ ପୂଜାନୀତି ସମାପନ କରିଥିଲେ । ନିକଟବର୍ତ୍ତୀ ଅଞ୍ଚଳରୁ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପ୍ରତି ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ପରିବେଷଣ କରିଥିବାବେଳେ ଶିଶୁ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ।

ଭକ୍ତ ଦାସିଆଙ୍କ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଏମସ୍‌ ଭୁବନେଶ୍ୱରର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର, ଅନୁଷ୍ଠାନର ସାଧାରଣ ସମ୍ପାଦକ ଡଃ ଘନଶ୍ୟାମ ସ୍ୱାଇଁ, ସାଂସ୍କୃତିକ ସଂପାଦକ ସରୋଜ କୁମାର ସାହୁ, ବରିଷ୍ଟ ସଦସ୍ୟ ଇଂ ଶ୍ରୀଧର ମାହଲ, ଡ଼ଃ ବାସନ୍ତୀ ଦାସ, ସୁବାସ ସାମଲ, ଶିକ୍ଷାବିତ ବୃନ୍ଦାବନ ମହାପାତ୍ର, ଚିତ୍ତରଞ୍ଜନ ସେନାପତି, ଗୋପାଳ ବଳ, ଚରଣ ପରିଡ଼ା, ରମେଶ ଚନ୍ଦ୍ର ପ୍ରଧାନ, ଅଭୟ ଚରଣ ସାହୁ ପ୍ରମୁଖ ଯୋଗଦେଇ ଝୁଲଣ ପର୍ବ ସଂପର୍କରେ ଆଲୋକପାତ କରିବା ସହ ଭକ୍ତ ଓ ଭଗବାନଙ୍କ ନିବିଡ ସଂପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ସଂନ୍ଧ୍ୟାରେ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories