କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଏକ ନମ୍ବର ୱାର୍ଡରେ ରହି ଆସୁଥିବା କୁମାର ବିବରଙ୍କ ପୁଅ ହିମେଶ ବିବର ଆଇଆଇଟି ଖଡଗପୁରରେ ଅଧ୍ୟୟନ ନିମନ୍ତେ ପ୍ରବେଶ ପରୀକ୍ଷାରେ ଚୟନ ହୋଇଥିବା ଜଣାପଡିଛି। ଏନଟିଏ ପକ୍ଷରୁ କରାଯାଇଥିବା ଏନ. ସି. ଇ. ଟି ପରୀକ୍ଷା ଭୁବନେଶ୍ୱରଠାରେ ଏପ୍ରିଲ ୨୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାୟଗଡା ଜିଲାରୁ ତିନି ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ କଲ୍ୟାଣସିଂହପୁର ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ହିମେଶ ମୋଟ ୫୭୫ ମାର୍କ ଆଣି ସରକାରୀ ପକ୍ଷରୁ ଆଇଆଇଟି ଖଡଗପୁରରେ ଅଧ୍ୟୟନ ନିମନ୍ତେ ଚୟନ ହୋଇଛନ୍ତି। ଏହି ଖବର ପାଇବା ପରେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସଙ୍ଗୀତ ପାଲକା, ଅଧ୍ୟାପକ ଅଧ୍ୟାପିକା, ଅଭିଭାବକ, ଛାତ୍ର ଛାତ୍ରୀ, ପିତାମାତା, ଗ୍ରାମବାସୀ ଓ ବ୍ଲକବାସୀ ଖୁସି ହୋଇ ଉନ୍ନତ ମାନର ଶିକ୍ଷା ଗ୍ରହଣ କରିବା ସହ ବ୍ଲକ ଓ ବିଦ୍ୟାଳୟର ନାମ ରଖିବା ପାଇଁ ଆଶୀର୍ବାଦ ଦେଇଥିଲେ ।
Popular Categories



