www.samajalive.in
Friday, December 12, 2025
16.1 C
Bhubaneswar

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ବାସୁଦେବପୁର : ପାରିବାରିକ କଳହର କରୁଣ ଚିତ୍ର । ବଚସା ପରେ ସ୍ତ୍ରୀକୁ ନିର୍ମମ ଭାବରେ ହାଣି ହତ୍ୟା କରିବା ପରେ ସ୍ବାମୀ ଫେରାର ହୋଇଯିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଏମିତି ଘଟଣା କଷିଆ ସାମୁଦ୍ରିକ ଥାନା ଅଧିନ ବିଦେଇପୁର ପଞ୍ଚାୟତ ପାରାପୋଖରୀ ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଅଢୁଆଁ ଗ୍ରାମର ଗୋପିନାଥ ଜେନା ପ୍ରଥମ ବିବାହ ପରେ କଷିଆ ସାମୁଦ୍ରିକ ଥାନା ଅଧିନ ପାରାପୋଖରୀ ଗ୍ରାମର ମହେନ୍ଦ୍ର ଜେନାଙ୍କ ଝିଅ ଗୁରୁବାରିକୁ ବିବାହ କରି ଦୀର୍ଘ ବର୍ଷ ଧରି ସେଠାରେ ରହି ଆସୁଥିଲା । ଗୋପିନାଥ ଓ ଗୁରୁବାରିଙ୍କ ଠାରୁ ଗୋଟିଏ ଝିଅ ଓ ଦୁଇପୁଅ ଅଛନ୍ତି । ଝିଅ କୁନିଲତାର ବିବାହ ପରଠାରୁ ଅର୍ଥ ଅଭାବ ପାଇଁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହୁଥିଲା । ଆଜି ସକାଳ ସମୟରେ ନାବାଳକ ପୁଅ ଦୋକାନ ଖୋଲିବା ପାଇଁ ମାଆକୁ ଡାକିଥିଲାବେଳେ କିଛି ଉତ୍ତର ନପାଇ ମାଆ ରକ୍ତ ଜୁଡୁବୁଡୁ ଭାବରେ ପଡିଥିବା ଦେଖି ଡାକ ପକାଇଥିଲା । ପାଖ ପଡୋଶୀ ରୁଣ୍ଡ ହେବା ପରେ ଥାନାକୁ ଫୋନ କରି ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଭଦ୍ରକ ପଠାଇ ଘଟଣାର ତଦନ୍ତ କରୁଛି ବୋଲି ଥାନାଧିକାରିଣୀ ସାବିତ୍ରୀ ପଣ୍ଡା ଜଣାଇଛନ୍ତି । ତେଣେ ମୁଖ୍ୟ ଅଭିଯୁକ୍ତ ଗୋପିନାଥ ଫେରାର ଥିବା ଜଣାପଡିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories