www.samajalive.in
Sunday, December 14, 2025
23.1 C
Bhubaneswar

ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଶ୍ରମିକ ସୁରକ୍ଷାକୁ ଫୁ

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ନିର୍ମାଣ ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ନିକଟରେ ସୁଡଙ୍ଗ ଭୁଶୁଡିବା ଘଟଣା ଲୋକଙ୍କ ମନରୁ ଏଯାଏଁ ଲିଭିନାହିଁ। ଏହାପରେ ବି ରେଲେଓ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁଁ ହାଏ ଲେବୁଲ ବ୍ରିଜ ନିର୍ମାଣ ସମୟରେ ଶ୍ରମିକଙ୍କ ସୁରକ୍ଷାକୁ କିଭଳି ଅଣଦେଖା କରାଯାଉଛି ତାର ଆଉ ଏକ ବଡ ବ୍ୟତିକ୍ରମ ନଜରକୁ ଆସିଛି। ୨୦ରୁ୩୦ ମିଟର ଉଚ୍ଚତା ସମ୍ପନ୍ନ ବ୍ରିଜ ନିର୍ମାଣ ଚାଲିଥିବାବେଳେ ଶ୍ରମିକଙ୍କ ସୁରକ୍ଷା ପାଇଁ ସୁରକ୍ଷା ଜାଲି, ଲାଇଫ୍ ଲାଇନ, ସେଫ୍ଟି ଜ୍ୟାକେଟ, ଗ୍ଳୋବ୍ସ, ସେଫ୍ଟି ଷ୍ଟିଲ ବୁଟ୍ ଭଳି ସୁରକ୍ଷା ଏବଂ ନିରାପତ୍ତା ଉପକରଣ ବ୍ୟବହାରକୁ ପଛରେ ପକାଇ ଶ୍ରମିକଙ୍କୁ କାମରେ ନିୟୋଜିତ କରାଯାଉଥିବା ଭଳି ଦୁର୍ଭାଗ୍ୟଜନକ ଚିତ୍ର ଦେଖିବାକୁ ମିଳିଛି। ଯାହାଫଳରେ ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ଯଦି ଦୁର୍ଘଟଣା ଘଟେ କାର୍ଯ୍ୟରତ ଶ୍ରମିକଙ୍କ ଜୀବନ ଚାଲିଯିବାର ଯଥେଷ୍ଟ ଆଶଙ୍କା ରହିଛି। ଅନ୍ୟପଟେ ନିର୍ମାଣ କାର୍ଯ୍ୟ ତଦାରଖରେଥିବା ମୁଖ୍ୟ ଯନ୍ତ୍ରୀ, ଡେପୁଟି ଚିଫ୍ ଇଂଜିନିୟର ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଏଥିପ୍ରତି ଆଦୌ ଦୃଷ୍ଟି ନପଡ଼ିବା ସେମାନଙ୍କ କାର୍ଯ୍ୟଦକ୍ଷତା ଏବଂ ପାରିବାପଣିଆକୁ ପଦାରେ ପକାଇଛି।

ପ୍ରକାଶ ଯେ, ପଶ୍ଚିମଓଡିଶାର ଲାଇଫ୍‌ଲାଇନ୍ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପର ପ୍ୟାକେଜ୍-୩ ଅର୍ନ୍ତଗତ ହରଭଙ୍ଗା ବ୍ଲକର ବଦଲାଠାରୁ କଂରଜକଟା ମଧ୍ୟରେ ସମସ୍ତ ମେଜର ବ୍ରିିଜ ନିର୍ମାଣଧିନ ରହିଛି। ଚାରିଛକ-ହରଭଙ୍ଗା ପୂର୍ତବିଭାଗ ରାସ୍ତାକୁ ରେଳପଥ ଅତିକ୍ରମ କରୁଥିବାରୁ କଂରଜକଟା ନିକଟରେ ବର୍ତମାନ ସମୟରେ ସୁଦୀର୍ଘ ରେଲଓ୍ବେ ହାଏଲେବୁଲ ବ୍ରିଜ ନିର୍ମାଣ ଚାଲିଛି। ମାତ୍ର ହାଏଲବୁଲ ବ୍ରିଜ ନିର୍ମାଣ ସମୟରେ ଠିକାସଂସ୍ଥା ଶ୍ରମିକଙ୍କ ସୁରକ୍ଷାକୁ ପଛରେ ପକାଇ ବିନା ସେଫ୍ଟି ନେଟ, ଲାଇଫ୍ ଲାଇନ୍ ଏବଂ ସେଫ୍ଟି ଜ୍ୟାକେଟରେ କାର୍ଯ୍ୟକରୁଥିବା ଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଏଭଳି ଅସୁରକ୍ଷିତ ଭାବେ ଶ୍ରମିକ ଉଚ୍ଚତାସମ୍ପନ୍ନ ବ୍ରିଜ କାର୍ଯ୍ୟ କରୁଥିବାବେଳେ ଦାୟିତ୍ବରେ ଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଡେପୁଟି ଚିଫ୍ ଇଂଜିନିୟରଙ୍କ ଆଦୌ ଦୃଷ୍ଟି ନପଡ଼ିବା ଘଟଣା ଠିକାସଂସ୍ଥା ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି। ତୁରନ୍ତ ଏ ଦିଗରେ ରେଳ ବିଭାଗ ସିଇଓ ଦୃଷ୍ଟି ଦେବା ସହ ଶ୍ରମିକ ସୁରକ୍ଷା ଦିଗରେ ଆବଶ୍ୟକୀୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହେଉଛି। ଏ ସମ୍ପର୍କରେ ପଚାରିବା ପାଇଁ ନିର୍ମାଣ ଦାୟିତ୍ୱରେ ଥିବା ରେଳେଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀମା ମୂର୍ତୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ନ ଉଠାଇବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories